ମୁମ୍ବାଇ: ଆଜି ପୁଣି ଥରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଆର୍ୟନଙ୍କୁ ମିଳିଲାନି ଜାମିନ। ଆଜି ବି ଏନଡିପିଏସ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିନାହାଁନ୍ତି। ଦିୱାଲି ପୂର୍ବରୁ ଘରକୁ ଫେରିପାରିଲେନି ଆର୍ୟନ। ରିପୋର୍ଟ ଅନୁଯାୟୀ, ଆଜି ଏନସିବି ଶୁଣାଣି ପୂର୍ବରୁ ଆର୍ୟନଙ୍କ ସହ ଅଭିନେତ୍ରୀଙ୍କ ଡ୍ରଗ୍ସ ବିଷୟରେ ଏକ ଚାଟ୍ କୋର୍ଟରେ ଦାଖଲ କରିଥିଲା।
କୋର୍ଟ ଆର୍ୟନ ଓ ତାଙ୍କ ସହଯୋଗୀ ଅରବାଜ୍ ମର୍ଚାଣ୍ଟ ଏବଂ ମୁନମୁନ୍ ଧାମଚାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ରିପୋର୍ଟ ଅନୁଯାୟୀ ମୁମ୍ବାଇ ଏନସିବି କହିଛି ଯେ ଆର୍ୟନଙ୍କ ହ୍ବାଟସ ଆପ୍ ଚାଟ୍ କୋର୍ଟରେ ଦାଖଲ କରାଯାଇଛି। ଅକ୍ଟୋବର ୨ରେ ଆର୍ୟନଙ୍କୁ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଏନ୍ସିବି ତାଙ୍କ ସହ ୭ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା।
Comments are closed.