Latest Odisha News

BREAKING NEWS

୩ ମୋବାଇଲ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ୍

ଭୁବନେଶ୍ୱର: ଖଣ୍ଡଗିରି ପୋଲିସ୍ ହାତରେ ମୋବାଇଲ ଲୁଟେରା। ଖଣ୍ଡଗିରି ଥାନା ଅଞ୍ଚଳରୁ ୩ଜଣ ମୋବାଇଲ ଲୁଟେରାକୁ ଗିରଫ କଲା ପୋଲିସ୍। ସେମାନଙ୍କ ନିକଟରୁ ୫୧ଟି ମୋବାଇଲ ଫୋନ୍ ସହିତ ଗୋଟିଏ ବାଇକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଭରତପୁରର ସାଗର ପୁନ, ଆଇଁଗିଣିଆର ଦୀପ୍ତି ଚାନ୍ଦ, ଭରତପୁରର ସୋମନାଥ ସାହୁ।

ରେଲୱେ ଷ୍ଟେସନ, ୧ନମ୍ବର ମାର୍କେଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରୁଥିଲେ ଲୁଟେରା। ବିଶେଷକରି ଦୂରଦୂରାନ୍ତରୁ ଆସୁଥିବା ଲୋକ ଓ ଟ୍ରକ ଚାଳକଙ୍କଠାରୁ ମୋବାଇଲ ଲୁଟୁଥିଲେ।

ଖବର ଅନୁଯାୟୀ, ଗତ ୧୨ତାରିଖ ଦିନ ଟିଭିଏସ୍ ସୋ ରୁମ୍ ପାଖରେ ବିଷ୍ଣୁ କୁମାର ସାହୁ ନାମକ ଜଣେ ବ୍ୟକ୍ତି ଛିଡ଼ା ହୋଇଥିବାବେଳେ ତାଙ୍କ ବାଇକ୍ ଆସି ଛଡ଼ାଇନେଇଥିଲେ। ଯାହାକୁ ନେଇ ସେ ଥାନାରେ କେସ୍ ହୋଇଥିଲା। ସେହି କେସର ଅନୁସନ୍ଧାନ କରୁ କରୁ ତିନିଜଣଙ୍କୁ ପୋଲିସ ଧରିଥିଲା। ପଚରାଉଚୁରା କରିବା ପରେ ସେମାନେ ବହୁ ଚୋରୀରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନିଥିଲେ। ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.