Latest Odisha News

BREAKING NEWS

ଗୋଲାପି ହ୍ରଦରେ ଚାଲୁଛି ଟ୍ରେନ୍‌: ଏହା ଅସଲି ନା ନକଲି ଲୋକେ ଦ୍ୱନ୍ଦ୍ୱରେ

ସାଇବେରିଆ: ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହା ପ୍ରଥମ ଦେଖାରେ ନକଲି ମନେ ହୋଇଥାଏ । କିନ୍ତୁ ତାହା ପ୍ରକୃତରେ ବାସ୍ତବ ହୋଇଥାଏ । ଏବେ ସୋସିଆଲ ମିଡ଼ିଆରେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସାଇବେରିଆର ଏକ ହ୍ରଦ ମଝିରେ ଟ୍ରେନ୍ ଦ୍ରୁତ ଗତିରେ ଚାଲୁଛି,ଯାହାକୁ ଦେଖି ଲୋକେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ଏହା ଅସଲି ନ ନକଲି ।

ସାଧାରଣତଃ ପ୍ରବଳ ଶୀତ ପାଇଁ ସାଇବେରିଆ ପ୍ରସିଦ୍ଧ । କିନ୍ତୁ ଗ୍ରୀଷ୍ମ ସମୟରେ ସାଇବେରିଆ ଏକ ଭିନ୍ନ ସ୍ଥାନ ଭଳି ଦେଖାଯାଏ । ଏହି ଭିଡିଓ ଦେଖିବା ପରେ, ଆପଣ ନିଶ୍ଚିତ ଭାବରେ ଅନୁଭବ କରିବେ ଯେ କେହି ଜଣେ ନକଲି ଭିଡିଓ ପୋଷ୍ଟ କରିଛନ୍ତି, କିନ୍ତୁ ତାହା ନୁହେଁ । ଭିଡିଓରେ ଦେଖିବାକୁ ମିଳିଛି, ହ୍ରଦର ପାଣିର ରଙ୍ଗ ସମ୍ପୂର୍ଣ୍ଣ ଗୋଲାପି । ଏହାର ମଝିରେ ଏକ ଟ୍ରେନ୍ ଚାଲୁଥିବା ନଜର ଆସିଛି । ଏହି ହ୍ରଦର ନାମ ହେଉଛି ବୁର୍ଲିନ୍ସକୋଇ ହ୍ରଦ । ଏହାକୁ ସାଇବେରିଆର ଗୋଲାପୀ ହ୍ରଦ ମଧ୍ୟ କୁହାଯାଏ । କାଜାଖସ୍ତାନ ସୀମାରେ ଏହି ହ୍ରଦ ରହିଛି, ଯାହା ଗ୍ରୀଷ୍ମ ଋତୁରେଏହାର ପାଣିର ରଙ୍ଗ ଗୋଲାପି ହୋଇଯାଏ । ଏହାର କାରଣ ହେଉଛି ଏହି ହ୍ରଦରେ ଗ୍ରୀଷ୍ମ ଦିନରେ ଆର୍ଟେମିଆ ସାଲିନା ନାମକ ଜୀବଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ଏହି ଜୀବ ଦେଖିବାକୁ ଖୁବ୍ ଛୋଟ ଆକୃତିର । ଏହି ଜୀବମାନଙ୍କର ହେମୋଗ୍ଲୋବିନ୍ ପିଗମେଣ୍ଟେସନ୍ ହେତୁ ଜଳର ରଙ୍ଗ ବଦଳିଯାଏ । ସୋଭିଏତ୍ ସମୟରେ ଏହି ରେଳ ମାର୍ଗର ଭତ୍ତିିପ୍ରସ୍ତର ସ୍ଥାପନ କରାଯାଇଥିଲା । ସେହି ଦିନଠାରୁ ଟ୍ରେନ୍ ହ୍ରଦ ଦେଇ ଯାଆଆସ କରିଆସୁଛି ।

ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଅନେକ ଲୋକ ଏହା ଏକ ପ୍ରକୃତ ଦୃଶ୍ୟ ବୋଲି ବିଶ୍ୱାସ କରିବାକୁ ସକ୍ଷମ ନୁହଁନ୍ତି । ଏହା ତିଆରି କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥିବା ଅନେକ କହିଥିବା ବେଳେ ଆଉ କିଛି ଏହା ବହୁତ ସୁନ୍ଦର ଓ ବିରଳ ଦୃଶ୍ୟ ବୋଲି ମତ ରଖିଛନ୍ତି ।

Leave A Reply

Your email address will not be published.