Latest Odisha News

BREAKING NEWS

ଆହୁରି କଲବଲ କରିବ ତାତି, ସାଢ଼େ ୧୧ଟା ସୁଦ୍ଧା ୨ ସହରର ତାପମାତ୍ରା ୪୦ ଡିଗ୍ରୀ

ଭୁବନେଶ୍ଵର: ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି । ରାତିରେ ବି ମିଳିବ ନାହିଁ ତ୍ରାହି । ଆଜିଠୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ପାର କରିଛି ୨ ସହରର ତାପମାତ୍ରା।

ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ଵର ଓ ବାଲେଶ୍ଵରର ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲି ଓ ଝାରସୁଗୁଡାରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁରରେ ୩୯.୭, କେନ୍ଦୁଝରରେ ୩୯, ହୀରାକୁଦରେ ୩୮.୬, ରାଉରକେଲାରେ ୩୭.୯, ଗୋପାଳପୁରରେ ୩୫.୧, ପୁରୀରେ ୩୪.୫ ଏବଂ ପାରାଦ୍ଵୀପରେ ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ଆସନ୍ତା ୨୦ ତାରିଖ ମଧ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସହ ଚଳିତ ବର୍ଷ ଖରା ଶିଖର ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ । ଆସନ୍ତା ରବିବାର ଯାଏଁ ରାଜ୍ୟର ୪ଟି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ମୟୂରଭଞ୍ଜ, ନୟାଗଡ, ନୂଆପଡା ଓ ଗଜପତି ଜିଲ୍ଲାକୁ ସିଭିୟର ହିଟ ୱେଭ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ଆଜି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.