Latest Odisha News

BREAKING NEWS

ମୁମ୍ବାଇରେ ଚାଲିବନି ଅଣ୍ଡରୱାଲ୍ଡର ଦାଦାଗିରି, ମୁଳପୋଛ ହେବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ତାର ଗ୍ୟାଙ୍ଗ: ସିନ୍ଦେ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରେ ଅଭିଯୁକ୍ତମାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଉଭୟଙ୍କୁ ପଚରାଉଚରା ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସଲମାନ ଖାନଙ୍କ ଘର ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏହାରି ଭିତରେ ଆଜି ସଲମାନ ଖାନଙ୍କ ଘରେ ପହଞ୍ଚିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଏହି ଘଟଣାରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସିନ୍ଦେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମୁମ୍ବାଇରେ ଆଉ ଚାଲିବନି ଅଣ୍ଡରୱାଲ୍ଡର ଦାଦାଗିରି । ଖୁବଶୀଘ୍ର ମୁମ୍ବାଇରୁ ଏହି ଗ୍ୟାଙ୍ଗକୁ ମୂଳପୋଛ କରାଯିବ । ସଲମାନ ଏବଂ ତାଙ୍କ ପରିବାର ସହ ମହାରାଷ୍ଟ୍ର୍ର ସରକାର ସବୁବେଲେ ରହିଛି । ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

ତେବେ ଗତ ଏପ୍ରିଲ ୧୪ ତାରିଖ ରବିବାର ସକାଳ ପ୍ରାୟ 5 ଟା ସମୟରେ ଦୁଇ ଜଣ ଦୁର୍ବୁତ୍ତ ବାଇକ୍ ରେ ଆସି ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳି ଚଳାଇଥିଲେ ଯେଉଁଠାରେ ଅଭିନେତା ତାଙ୍କ ପରିବାର ସହିତ ରୁହନ୍ତି । ଏହି ଘଟଣାର ୨ ଅଭିଯୁକ୍ତକୁ ଗୁଜୁରାଟରରୁ ଗିରଫ କରିଛି ମୁମ୍ବାଇର କ୍ରାଇମବ୍ରାଞ୍ଚ ପୋଲିସ ।

ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ବିହାରର ପଶ୍ଚିମ ଚମ୍ପରନ ଜିଲ୍ଲାର ମସିହିର ୨୪ ବର୍ଷିୟ ବିକି ସାହେବ ଗୁପ୍ତା ଏବଂ ୨୧ ବର୍ଷିୟ ସାଗର ପାଲ । ପୂର୍ବରୁ ଉଭୟଙ୍କ ବିରୋଧରେ ଚୋରି, ଶୃଙ୍ଖଳା ଭଙ୍ଗ ଭଳି ମାମଲା ପଞ୍ଜୀକୃତ ହୋଇଛି । ସଲମାନଙ୍କ ଘରେ ଗୁଳି ଫୁଟାଇବା ପଛରେ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗର ରୋହିତ ଗୋଡାରା ଅଛନ୍ତି ବୋଲି ଦାବି କରାଯାଉଛି ।

Leave A Reply

Your email address will not be published.