Latest Odisha News

BREAKING NEWS

ଅନୁଭବ ଆଉଟ୍ ବର୍ଷା ଇନ୍: ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ ଓଲିଉଡର ଚର୍ଚ୍ଚିତ ନାୟିକା ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହେଲେ ବର୍ଷା । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ବର୍ଷା । ତେବେ ଅନେକ ସମୟରେ ବର୍ଷା ବିଜେଡି ପାଇଁ ପ୍ରଚାର କରିଥିବା ଦେଖିବାକୁ ମିଳେ । ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ବର୍ଷା ବିଜେଡି ପାଇଁ ପ୍ରଚାର କରିଥିଲେ । ଏବେ କିନ୍ତୁ ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି ।

ତେବେ ଚର୍ଚ୍ଚିତ ଫିଲ୍ମ ନିମକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କରିଥିଲି । ଆମ ମୁଖ୍ୟମନ୍ତ୍ରୀ କଥା କମ୍‌ କୁହନ୍ତି, କାମ ବେଶୀ କରନ୍ତି । ତାଙ୍କର ସରଳ ଭାବାମୂର୍ତ୍ତି ସମସ୍ତଙ୍କ ପାଇଁ ଆଦର୍ଶ । ତାଙ୍କର ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଲି । ବିଜେଡିରେ ସ୍ବାଗତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ବୋଲି କହିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୩୦ ତାରିଖରେ ବିଜେଡି ଛାଡିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ୨୦୧୯ ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି । ସମୟକ୍ରମେ ପାରିବାରିକ ବିବାଦ କାରଣରୁ ଦଳର କାର୍ଯ୍ୟରୁ ଅନେକ ସମୟରେ ସେ ଦୂରେଇ ରହିଥିଲେ । ପରେ ଦଳ ଭିତରେ ନିଜ ସ୍ଥିତିକୁ ନେଇ ଅସନ୍ତୁଷ୍ଟି ପ୍ରକାଶ କରି ଦଳ ଛାଡିଥିଲେ ଅନୁଭବ । ଏହାପରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ ଅନୁଭବ ।

କହିରଖୁଛୁ ଯେ, ଦୀର୍ଘ ଦିନ ଧରି ଚର୍ଚ୍ଚିତ ଯୋଡି ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦକୁ ନେଇ ଲାଗିରହିଥିବା ଚର୍ଚ୍ଚାରେ ଗତ କିଛି ଦିନ ତଳେ ପୁର୍ଣ୍ଣଛେଦ ପଡିଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଲଗା ହୋଇଥିଲେ ଏହି ଚର୍ଚ୍ଚିତ ଯୋଡି ।

Leave A Reply

Your email address will not be published.