Latest Odisha News

BREAKING NEWS

ଓଡ଼ିଶା ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୪୦ ପ୍ରତିଶତ ବିଦେଶ ଫେରନ୍ତାଙ୍କ ମିଳୁନି ପତ୍ତା

ଭୁବନେଶ୍ୱର: ଓମିକ୍ରନ ନେଇ ବଢ଼ୁଛି ଚିନ୍ତା । ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ସଠିକ୍ ତଥ୍ୟ ମିଳୁନି । ଓମିକ୍ରନ ଆକ୍ରାନ୍ତ ଦେଶରୁ ୮ଶହରୁ ଅଧିକ ଯାତ୍ରୀ ଓଡ଼ିଶା ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୪୦ପ୍ରତିଶତ ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏୟାର ସୁବିଧା ପୋର୍ଟାଲରେ କିଛି ଲୋକ ଭୁଲ ଫୋନ୍ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି । ଏପରିକି କିଛି ବ୍ୟକ୍ତି ଅନ୍ୟ ରାଜ୍ୟର ମଧ୍ୟ ଠିକଣା ଦେଇଥିବା ଜଣାପଡ଼ିଛି । ଯାହାଦ୍ୱାରା ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ଦେଖାଦେଉଛି । ତେବେ ଏଯାଏଁ ଠାବ କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଦେଶରେ କର୍ଣ୍ଣାଟକରେ ପ୍ରଥମ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା । ଦିଲ୍ଲୀ, ମହାରାଷ୍ଟ୍ର ପରେ ଗତକାଲି ଗୋଟିଏ ଦିନରେ ରାଜସ୍ଥାନରୁ ବି ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ । ରାଜସ୍ଥାନ ଜୟପୁର ଅଞ୍ଚଳରେ ଏକକାଳୀନ ୯ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ମଧ୍ୟ ଏକକାଳୀନ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦେଶରେ ଏଯାଏଁ ୨୧ଜଣ ଓମିକ୍ରନ ଭାରିଏଣ୍ଟ ଆକ୍ରାନ୍ତ ଚିହ୍ନଟ ହେଲେଣି ।

Leave A Reply

Your email address will not be published.