Latest Odisha News

BREAKING NEWS

ମିଳିଲା କ୍ଲିନ୍‌ଚିଟ୍‌, ସୁପ୍ରିମକୋର୍ଟରେ ଦୋଷମୁକ୍ତ ଆଶୀର୍ବାଦ ବେହେରା

କଟକ: ଆଶୀର୍ବାଦ ବେହେରାଙ୍କୁ ମିଳିଲା କ୍ଲିନ୍‌ଚିଟ୍ । ସୁପ୍ରିମକୋର୍ଟରେ ଦୋଷମୁକ୍ତ ହେଲେ ଆଶୀର୍ବାଦ । କଟକ ବାରବାଟୀ ପ୍ୟାଲେସ ମାମଲାରେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପୂର୍ବତନ ସଂପାଦକ ଅଶୀର୍ବାଦ ବେହେରା ଦୋଷମୁକ୍ତ ହୋଇଛନ୍ତି । ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ସିବିଆଇ ଫାଇନାଲ ରିପୋର୍ଟ ଦାଖଲ କରିଛି । ଏଥିରେ କୌଣସି ବିଚାରଯୋଗ୍ୟ ତଥ୍ୟ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ସେହିପରି ଏହି ମାମଲରେ ଇନ୍‌କନ୍ ଆସୋସିଏସନ୍‌କୁ ସୁପ୍ରିମକୋର୍ଟ ଦୋଷମୁକ୍ତ କରିଛନ୍ତି । ଆଶୀର୍ବାଦ ବେହେରାଙ୍କ କୌଣସି ତ୍ରୁଟି ନଥିବା ସୁପ୍ରିମକୋର୍ଟ କହିଛନ୍ତି । ଇନ୍‌କନ୍ ଆସୋସିଏସନର ମଧ୍ୟ କୌଣସି ଭୁଲ୍ କରିନଥିବା କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସିବିଆଇ ଫାଇନାଲ ରିପୋର୍ଟ ଦାଖଲ କରିବା ପରେ ଏହି ମାମଲାରେ ସର୍ବୋଚ୍ଚ ଅଦାଲତ ପୂର୍ଣ୍ଣଛେଦ ପକାଇଛନ୍ତି ।

Leave A Reply

Your email address will not be published.