Latest Odisha News

BREAKING NEWS

ଆପ୍ ନେତା ମନୀଷ ସିସୋଡିଆ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ମନୀଷ ସିସୋଡିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ସୋମବାର ଏ ସମ୍ପର୍କରେ ଟୁଇଟରରେ ସୂଚନା ଦେଇଛନ୍ତି । ଜ୍ୱର ଆସିବା ପରେ କୋଭିଡ-୧୯ ଟେଷ୍ଟ କରାଇଥିଲି ଏବଂ ଏହା ପଜିଟିଭ ଆସିଛି ବୋଲି ସେ କହିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ଏକାନ୍ତବାସରେ ରହିବି ।

ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଅନୁରୋଧ କରୁଛି ସେମାନେ ସେମାନଙ୍କ କୋଭିଡ-୧୯ ଟେଷ୍ଟ କରାଇ ନିଅନ୍ତୁ । ଖୁବ୍ ଶୀଘ୍ର ସୁସ୍ଥ ହୋଇ ପୁନର୍ବାର କର୍ମକ୍ଷେତ୍ରକୁ ଓହ୍ଲାଇବି । ବର୍ତମାନ ସୁସ୍ଥ ଅଛି ଏବଂ କୌଣସି ଅସୁବିଧାର ସମ୍ମୁଖୀନ ହେଉ ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.