Latest Odisha News

ମୂର୍ତ୍ତି ଚୋରଙ୍କ ଟାର୍ଗେଟ୍‌ରେ ପିପିଲି: ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ମୂର୍ତ୍ତି

ପୁରୀ : ରାଜଧାନୀ ଉପକଣ୍ଠ ପରେ ଏବେ ପିପିଲିରେ ମାତିଛନ୍ତି ମୂର୍ତ୍ତି ଚୋର । ପିପିଲି ଥାନା ସମ୍ପୁର ପଞ୍ଚାୟତ ରାଜତଇ ସିଦ୍ଧେଶ୍ୱରୀ ମନ୍ଦିରରୁ ୧୦ଟି ମୂର୍ତ୍ତି ଚୋରି ହୋଇଛି । ସେମଧ୍ୟରୁ ୫ଟି ନୂଆ ମୂର୍ତ୍ତି ଥିବାବେଳେ, ୫ଟି ଅଷ୍ଟଧାତୁରେ ତିଆରି ମୂର୍ତ୍ତି ରହିଥିବାର ସୂଚନା ମିଳିଛି ।

ଚୋରି ନେଇ ପିପିଲି ଥାନାରେ ଏତଲା ଦେଇଛନ୍ତି ପୂଜକ ଓ ଗ୍ରାମବାସୀ । ଚୋରି ମୂର୍ତ୍ତିର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ । ଘଟଣାସ୍ଥଳରେ ପିପିଲି ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଘଟଣାସ୍ଥଳରୁ ଗୋଟିଏ ଭଙ୍ଗା ଯାଇଥିବା କୋଲପ ଜବତ କରାଯାଇଛି । କିଛି ଦିନ ତଳେ କଣାସ ବୈଦନାଥପାଟଣାର ବୈଦ୍ୟନାଥ ମନ୍ଦିର ଓ ସତ୍ୟବାଦୀ ସମଶରପୁରର ଗୋପୀନାଥ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିଲା । ଉଭୟ ଘଟଣାରେ ପୋଲିସର ହାତ ଖାଲିଥିବା ବେଳେ, ପୁଣି ମୂର୍ତ୍ତି ଚୋରି କରି ପୋଲିସକୁ ଚାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ ।

Leave A Reply

Your email address will not be published.