Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ: ଅଶ୍ୱୀନ ଫେରିଲେ, ଧୋନୀ ଟିମ ମେଂଟର

ମୁମ୍ବାଇ: ୟୁଏଇ ଓ ଓମାନରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳରୁ ବାଦ୍ ପଡିଛନ୍ତି ୟୁଜଭେନ୍ଦ୍ର ଚହଲ ଓ ଶିଖର ଧାୱନ । ଦୁଇ ଉଇକେଟ କିପର ରିଷଭ ପନ୍ତ ଓ ଇଶାନ କିଶାନଙ୍କୁ ସୁଯୋଗ ଦିଆଯାଇଛି । ଦୀର୍ଘ ଦିନ ପରେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଚୂଡାନ୍ତ ଦଳରେ ସ୍ଥାନ ପାଇଛନ୍ତି । ଶ୍ରେୟାଶ ଆୟାର, ଶାର୍ଦ୍ଦୁଳ ଠାକୁର ଓ ଦୀପକ ଚହରଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖାଯାଇଛି । ଟିମ ମେଂଟର ଭାବେ ମହେନ୍ଦ୍ର ସିଂ ଧୋନୀଙ୍କୁ ରଖାଯାଇଛି ।

ଘୋଷିତ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟ. ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ରାହୁଲ ଚହର, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତି, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମି ।

Leave A Reply

Your email address will not be published.