Latest Odisha News

ମହଙ୍ଗା ପଡିଲା ଦବଙ୍ଗଗିରି, ବିଜେଡିରୁ ନିଲମ୍ବିତ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ମହଙ୍ଗା ପଡିଲା ଦବଙ୍ଗଗିରି । ବିଜେପି ନେତାଙ୍କୁ ମାଡି ମାରିବା ପରେ ବିଜେଡି ତାଙ୍କୁ ଦେଇଛି ଶକ୍ତ ଝଟ୍‌କା । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ।

ବାଲୁଗାଁ ନଗର ବିଜେପି ସଭାପିତ ନିରଂଜନ ସେଠୀଙ୍କୁ ପ୍ରଶାନ୍ତ କୁମାର ଜଗଦ୍ଦେବ ମାଡି ମାରିବା ଘଟଣା ଆଜି ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଥିଲା । ଗାଡିରୁ ଓହ୍ଲାଇ ବାହୁବଳୀ ନେତା ପ୍ରଶାନ୍ତ ବାଲୁଗାଁ ନଗର ସଭାପତିଙ୍କୁ ଧକ୍କା ସହ ମାଡ ମାରିଥିଲେ ।

ଏହି ଘଟଣାକୁ କେନ୍ଦ୍ର କରି ପ୍ରଶାନ୍ତଙ୍କୁ ଗିରଫ ଦାବିରେ ବିଜେପି କର୍ମୀ ଧାରଣା ଦେଇଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଚିଠି ଜାରି କରି ପ୍ରଶାନ୍ତଙ୍କୁ ନିଲମ୍ବନ କରିବା ସହ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପଦରୁ ମଧ୍ୟ ବହିଷ୍କୃତ କରାଯାଇଛି ।

Leave A Reply

Your email address will not be published.