ଯାଜପୁର: ଲାଞ୍ଚ ନେଉଥିବା ବେଳେ ଯାଜପୁର ଟାଉନ ଥାନାର ଏଏସ୍ଆଇଙ୍କୁ ମାଡିବସିଲା ପୋଲିସ । ଜମି ବିବାଦ ମାମଲାରେ ସାହାଯ୍ୟ କରିବା ପାଇଁ ଏକ ପାନଦୋକାନୀଙ୍କଠାରୁ ୫ ହଜାର ଟଙ୍କା ଟଙ୍କା ଲାଞ୍ଚ ନେଉଥିଲେ ଏଏସ୍ଆଇ ନନ୍ଦ କିଶୋର ଦାସ ।
ଖବର ମୁତାବକ, ପାନଦୋକାନୀ ଜଣଙ୍କ ତାଙ୍କ ଜମିର ସୀମା ନିର୍ଦ୍ଧାରଣ ପାଇଁ ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏଏସ୍ଆଇ ଜମି ସୀମା ନିର୍ଦ୍ଧାରଣ କରିଥିଲେ । ସୀମା ନିର୍ଦ୍ଧାରଣ ପରେ ତାଙ୍କ ପଡ଼ୋଶୀ ଜମି ଉପରେ ନିର୍ମିତ ସୀମା କାନ୍ଥକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହା ଉପରେ, ଦୋକାନ ମାଲିକ ଯାଜପୁର ଟାଉନ୍ ଥାନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।
ତଦନ୍ତକାରୀ ଅଧିକାରୀ ଥିବା ଏଏସ୍ଆଇ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏହି ମାମଲାରେ ତାଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ପାନଦୋକାନୀ ଜଣକ ଏତେ ଟଙ୍କା ଦେଇପାରିବେନି ବୋଲି ମନା କରିବାରୁ ତାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବେ ବୋଲି କହିଥିଲେ । ପାନ ଦୋକାନ ମାଲିକ ରାଜ୍ୟ ଦୁର୍ନୀତି ନିବାରଣ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ ।
ପୂର୍ବ ଯୋଜନା ମୁତାବକ, ଓଡ଼ିଶା ଭିଜିଲାନ୍ସର ଏକ ଦଳ ଲୁଚି ରହିଥିଲେ ଏଏସ୍ଆଇ ଜଣଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ, ତାଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି । ଏହାପରେ ଅଭିଯୁକ୍ତ ନନ୍ଦ କିଶୋର ଦାସ ଏଏସ୍ଆଇଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏକ କାଳୀନ ତିନୋଟି ସ୍ଥାନରେ ଚଢଉ ଜାରି ରହିଛି ।