ମାଲକାନଗିରି : ସର୍ଚ୍ଚ ଅପରେସନ୍ ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍ । ଏହି ଲାଣ୍ଡ ମାଇନ୍ ବିସ୍ଫୋରଣ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଛି । ସେଠାରେ ଥିବା ଏଏସଆଇ ଜଣକ ସହିଦ ହୋଇଯାଇଛନ୍ତି । ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ଏଏସଆଇ ଶହୀଦ ହୋଇଥିବା ବେଳେ ଜଣେ ହେଡ କନେଷ୍ଟବଳ ଗୁରୁତର ହୋଇଛନ୍ତି ।
ନାରାୟଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ଧଣ୍ଡରିବାଡା ଅଞ୍ଚଳରେ ରାସ୍ତା କାମ ଚାଲୁଥିବା ବେଳେ ଆଇଟିବିପିର ୫୩ ବାଟାଲିୟନର ଯବାନ ମାନେ ଅପରେସନ କରୁଥିଲେ। ଠିକ୍ ଏହି ସମୟରେ ମାଓବାଦୀଙ୍କ ଦ୍ୱାରା ପୁର୍ବରୁ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଯେଉଁ ଥିରେ ରାଜେନ୍ଦ୍ର ସିଂ ନାମକ ଜଣେ ଏଏସଆଇ ଶହୀଦ ହୋଇଥିବା ବେଳେ ମହେଶ ନାମକ ଜଣେ ହେଡ କନେଷ୍ଟବଳ ଗୁରୁତର ହୋଇଛନ୍ତି ।
ଘଟଣାସ୍ଥଳକୁ ଡିଆରଜି ବାହିନୀର ଏକ ଟିମ ପଠାଯାଇଥିବା ବେଳେ ଆହତଙ୍କୁ ମେଡ଼ିକାଲ ଆଣିବାର ବ୍ୟବସ୍ଥା ଚାଲୁଥିବା ଜଣାପଡିଛି ।
Comments are closed.