Latest Odisha News

BREAKING NEWS

ସଉକିଆ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଘରୁ ମିଳିଲା ୪ଟି ଦାମୀ ବାଇକ୍

ଭୁବନେଶ୍ୱର: ଭୁବନେଶ୍ୱରରେ କାର୍ଯ୍ୟରତ ଆର୍ ଆଣ୍ଡ ବି ଡିଭିଜନ୍-୪ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ରେଡ୍ ଚଳାଇଛି ଭିଜିଲାନ୍ସ । ରେଡ୍ ବେଳେ ତାଙ୍କ ଘରୁ ନଗଦ ୮୪ହଜାର ୫୦୦ ଟଙ୍କା ଜବତ ହୋଇଛି । ଅଜୟ ମିଶ୍ରଙ୍କ ପାଖରେ ରହିଛି ୪ଟି ଦାମୀ ମୋଟରସାଇକେଲ୍ ଓ ଗୋଟିଏ କାର୍ ।

ହୁଣ୍ଡାଇ କାରର ଦାମ ୮ ଲକ୍ଷ ଟଙ୍କା ହେବ । ୭ ଲକ୍ଷ ଟଙ୍କାର ହାର୍ଲି ଡେଭିଡସେନ୍ ବାଇକ ରହିଛି । ସେହିପରି ୫ ଲକ୍ଷ ୪୦ ହଜାର ଟଙ୍କାର ଆଉ ଗୋଟିଏ ହାର୍ଲି ଡେଭିଡସନ୍ ବାଇକ୍ ଠାବ ହୋଇଛି । ୭୦ ହଜାର ଟଙ୍କାର ଗ୍ରେଜିଆ ସ୍କୁଟି ଅଛି। ୫୫ହଜାର ଟଙ୍କାର ଡିଓ ସ୍କୁଟର ବି ମିଳିଛି ।

ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଅଜୟ ମିଶ୍ରଙ୍କ ଘର, ଅଫିସ ସମେତ ୬ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ । ଭୁବନେଶ୍ୱର, ଢେଙ୍କାନାଳ ଓ ତାଳଚେରରେ ରେଡ୍ ଚାଲିଛି । ଏବେ ତାଙ୍କ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ । ପରେ ସ୍ପଷ୍ଟ ହେବ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ର ।

Comments are closed, but trackbacks and pingbacks are open.