Latest Odisha News

BREAKING NEWS

ବାଇକକୁ ପିଟିଲା ଟ୍ରକ୍, ବାପା-ଝିଅ ମୃତ

ଅନୁଗୋଳ: ବାଇକରେ ଯିବା ବେଳେ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣା ନେଲା ବାପା-ଝିଅଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଖମାର ଥାନା କଲଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ସୁନୀଲ ସାହୁ ଓ ତାଙ୍କ ଝିଅ ସଙ୍ଗୀତା ସାହୁ ।

ଆଜି ନିଜ ଝିଅକୁ ବାଇକରେ ସାଙ୍ଗରେ ଧରି ସୁନୀଲ ସାହୁ କଣିହାଁ ଅଭିମୁଖେ ଯାଉଥିଲେ । ଏତିକିବେଳେ ସାମନା ପଟରୁ ଏକ ଟ୍ରକ୍ ଆସି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଆଖି ବୁଜିଥିଲେ ବାପା ଓ ଝିଅ । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରକୁ ସ୍ଥାନୀୟ ଲୋକ ନିସ୍ତୁକ ମାଡ଼ ମାରିଥିଲେ ।

ଲୋକଙ୍କ ମାଡ଼ରେ ଟ୍ରକ ଡ୍ରାଇଭର ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ଖୋଳତାଡ କରୁଛି ।

Comments are closed, but trackbacks and pingbacks are open.