Latest Odisha News

BREAKING NEWS

ଉତ୍କୋଚ ନେଇ ଧରାପଡ଼ିଲେ ପୋଲିସ ଏଏସଆଇ

କେନ୍ଦୁଝର: ଦୁର୍ନୀତି ନିବାରଣ ବିଭାଗ ହାତରେ ଆଜି ଧରା ପଡ଼ିଛନ୍ତି ଜଣେ ପୋଲିସ ଅଧିକାରୀ । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ସଦର ପୋଲିସ ଷ୍ଟେସନରେ ।

କେନ୍ଦୁଝର ଜିଲ୍ଲା ସଦର ପୋଲିସ ଥାନାର ଜଣେ କର୍ତ୍ତବ୍ୟରତ ପୋଲିସ ଏଏସଆଇ ଜଣେ ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେହି ବ୍ୟକ୍ତିଙ୍କ ଗାଡ଼ିକୁ ଛାଡ଼ି ଦେବା ଲାଗି ତାଙ୍କଠାରୁ ୨ ହଜାର ଟଙ୍କା ପୂର୍ବରୁ ଦାବି କରିଥିଲେ ଏହି ପୋଲିସ ଏଏସଆଇ ।

ଲାଞ୍ଚ ନେଉଥିବା ଅବସ୍ଥାରେ ରାଜ୍ୟ ଭିଜିଲାନ୍ସ ବିଭାଗ ତାଙ୍କୁ ଉତ୍କୋଚ ଟଙ୍କା ସହିତ ଧରିଥିଲା । ଅଭିଯୁକ୍ତ ପୋଲିସ ଏଏସଆଇ ଜଣକ ଗୌତମ ଦାସ ବୋଲି ଜଣାପଡ଼ିଛି ।

ଦୁର୍ନୀତି ବିଭାଗ ପକ୍ଷରୁ ପୋଲିସ ଏଏସଆଇ ଗୌତମ ଦାସଙ୍କୁ ଉତ୍କୋଚ ନେବା ଅଭିଯୋଗରେ ଧରାଯିବା ସହିତ ତାଙ୍କ ଠାରୁ ନଗଦ ୨ ହଜାର ଟଙ୍କା ଜବତ ହୋଇଥିବାର ସୂଚନା ଦେଇଛନ୍ତି ଭିଜିଲାନ୍ସ ଇନ୍ସପେକ୍ଟର ହେମାମାଳିନୀ ନାୟକ ।

Leave A Reply

Your email address will not be published.