Latest Odisha News

BREAKING NEWS

ଜୀବନ ଯୁଦ୍ଧରେ ହାରିଗଲେ ସ୍ୱର୍ଣ୍ଣ ପଦକ ବିଜେତା ମୁଷ୍ଟିଯୋଦ୍ଧା ଗାଙ୍ଗୋମ ଡିଙ୍କୋ ସିଂହ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ ବକ୍ସର(ମୁଷ୍ଟିଯୋଦ୍ଧା) ଗାଙ୍ଗୋମ ଡିଙ୍କୋ ସିଂହ । ୪୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଲିଭର୍ କ୍ୟାନସର ରୋଗରେ ସେ ପୀଡ଼ିତ ଥିଲେ । ବକ୍ସିଂ ରିଂରେ ପ୍ରତିପକ୍ଷଙ୍କୁ ଚିତ କରୁଥିବା ଏହି ପୂର୍ବତନ ମୁଷ୍ଟିଯୋଦ୍ଧା ଜୀବନ ଯୁଦ୍ଧରେ ହାରିଗଲେ । ୨୦୧୭ ମସିହାରୁ ସେ ରୋଗାଗ୍ରସ୍ତ ଥିଲେ । ମଣିପୁର ବାସିନ୍ଦା ଗାଙ୍ଗୋମ ଡିଙ୍କୋ ସିଂହଙ୍କ ଦେହାନ୍ତରେ କ୍ରୀଡ଼ା ଦୁନିଆରେ ଶୋକର ଛାୟା ଖେଳିଯାଇଛି ।

ଗଭୀର ଶୋକବ୍ୟକ୍ତ କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁଙ୍କ ସମେତ ବହୁ କ୍ରୀଡ଼ାବିତ ଓ ବିଶିଷ୍ଟ ବ୍ୟକ୍ତି । କ୍ୟାନସର ସହ ଗତବର୍ଷ କରୋନାରେ ବି ସଂକ୍ରମିତ ହୋଇଥିଲେ ଗାଙ୍ଗୋମ ଡିଙ୍କୋ ସିଂହ । କରୋନାରୁ ବି ସେ ହରାଇଥିଲେ । କିନ୍ତୁ କ୍ୟାନସରକୁ ଜିତି ପାରିଲେ ନାହିଁ ।

୧୯୯୮ ମସିହାରେ ବ୍ୟାଙ୍କକରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ସେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ସେହିବର୍ଷ ତାଙ୍କୁ ପ୍ରଦାନ କରାଯାଇଥିଲା ଅର୍ଜୁନ ପୁରସ୍କାର । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୩ରେ ଗାଙ୍ଗୋମ ଡିଙ୍କୋ ସିଂହ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

Leave A Reply

Your email address will not be published.