Latest Odisha News

BREAKING NEWS

ମେହୁଲ ଚୌକସୀଙ୍କ ଉପରେ ଫିଲ୍ମ କିମ୍ବା ଓ୍ୱେବ୍ ସିରିଜ କରିବେ ମଧୁର ଉଣ୍ଡାରକର !

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀକୁ ନେଇ ଫିଲ୍ମ ତିଆରି କରି ପାରନ୍ତି ମଧୁର ଉଣ୍ଡାରକର । ତାଙ୍କ ଟ୍ୱିଟରୁ ଏମିତି କିଛି ବୁଝାପଡୁଛି । ମେହୁଲ ଚୋକସୀ ଆଣ୍ଟିଗୁଆରୁ ଡୋମିନିକାକୁ ଚମ୍ପଟ ମାରିବା ଓ ସେଠାରୁ ଧରା ପଡ଼ିବା ଖବର ଚର୍ଚ୍ଚାରେ ଅଛି । ଏତିକିବେଳେ ଗର୍ଲଫ୍ରଣ୍ଡକୁ ସିକ୍ରେଟ ଟ୍ରିପରେ ନେଇ ଯାଇଥିବା କଥା ଜଣା ପଡ଼ିବା ପରେ ନୂଆ ଟ୍ୱିଷ୍ଟ ସାମନାକୁ ଆସିଥିଲା ।

ମେହୁଲ ଚୋକସୀ ନାଁରେ ହୋଇଥିବା ମାମଲାରେ ରହସ୍ୟମୟ ମହିଳା ବାରବରା ଜେବରିକାଙ୍କ ନାଁ ରହିଛି । ଏହାପରେ ବାରବରା ନିଜ ପକ୍ଷ ବି ରଖିଛନ୍ତି । ମେହୁଲ ଚୋକସୀ ଓ ବାରବରା ଜେବରିକାଙ୍କ ଏହି ଷ୍ଟୋରୀ ଉପରେ ଭଲ ଫିଲ୍ମ କିମ୍ବା ଓ୍ୱେବ ସିରିଜ ହୋଇ ପାରିବ ବୋଲି କହିଛନ୍ତି ମଧୁର ଭଣ୍ଡାରକର ।

ଟ୍ୱିଟ୍ କରି ମଧୁରଭଣ୍ଡାରକର ଲେଖିଥିଲେ, ଚୋକସୀଙ୍କ ଏହି କାହାଣୀକୁ ନେଇ ମିନି ଓ୍ୱେବ ସିରିଜ କିମ୍ବା ଫିଲ୍ମ ହୋଇ ପାରିବ । ମେ ୨୩ତାରିଖରେ ଆଣ୍ଟିଗୁଆରୁ ନିଖୋଜ ହୋଇଥିଲେ ମେହୁଲ ଚୋକସୀ । ୨୬ ତାରିଖରେ ଡୋମିନିକାରୁ ଧରା ପଡ଼ିଥିଲେ । ଏବେ ସେ ଡୋମିନିକା ପୋଲିସ ହେପାଜତରେ ଅଛନ୍ତି ।

Leave A Reply

Your email address will not be published.