Latest Odisha News

BREAKING NEWS

ଏସିଆନ ଗେମ୍ସ: କ୍ରିକେଟରେ ଭାରତୀୟ ଟିମ ସିଧାସଳଖ କ୍ୱାର୍ଟର ଫାଇନାଲରୁ ଖେଳିବ

ନୂଆଦିଲ୍ଲୀ: ଆଗାମୀ ଏସିଆନ ଗେମ୍ସରେ ଏଥର କ୍ରିକେଟକୁ ସାମିଲ କରାଯାଇଛି । ଏ ନେଇ ବିସିସିଆଇ ଉଭୟ ପୁରୁଷ ଓ ମହିଳା ଟିମ ଘୋଷଣା କରି ସାରିଛି । ଚୀନର ହାଙ୍ଗଝୋଉରେ ୨୩ ସେପ୍ଟମ୍ବରରୁ ୮ ଅକ୍ଟୋବର ପର‌୍ୟ୍ୟନ୍ତ ଏସିଆନ ଗେମ୍ସ ଆୟୋଜିତ ହେବ । ସେପ୍ଟମ୍ବର ୧୯ରୁ ମହିଳା ଓ ୨୮ରୁ ପୁରୁଷ କ୍ରିକେଟ ମ୍ୟାଚ ଆରମ୍ଭ ହେବ । ଭାରତର ଉଭୟ ପୁରୁଷ ଓ ମହିଳା ଟିମକୁ ସିଧାସଳଖ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ଫଳରେ ପଦକ ସମ୍ଭାବନା ବୃଦ୍ଧି ପାଇଛି । କ୍ରିକେଟରେ ଏଥର ମହିଳାଙ୍କ ମଧ୍ୟରେ ୧୪ ଓ ପୁରୁଷଙ୍କ ମଧ୍ୟରେ ୧୮ ମ୍ୟାଚ ହେବ । ୨୦୨୩ ଆଇସିସି ଟି୨୦ ର‌୍ୟାଙ୍କିଙ୍ଗ ଅନୁସାରେ ଏଥିପାଇଁ ଦଳ ଚୟନ କରାଯିବ ।

ଏସିଆନ ଗେମ୍ସରେ ଭାରତର ଉଭୟ ଟିମ ଶୀର୍ଷ ମାନ୍ୟତା ଅନୁସାରେ ଓହ୍ଲାଇବା ନିଶ୍ଚିତ ହୋଇଥିବାରୁ ସିଧାସଳଖ କ୍ୱାର୍ଟରରୁ ଅଭିଯାନ ଆରମ୍ଭ କରିବେ । ଏହା ପୂର୍ବରୁ ୨୦୧୦ ଓ ୨୦୧୪ରେ ଏସିଆନ ଗେମ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ଏଥିରେ ଭାରତ ତାର ଟିମ ପଠାଇ ନ ଥିଲା । ପୁରୁଷ ବିଭାଗରେ ବାଂଲାଦେଶ ଓ ଶ୍ରୀଲଙ୍କା ଏବଂ ମହିଳା ବିଭାଗରେ ପାକିସ୍ତାନ ସ୍ୱର୍ଣ୍ଣ ପଦକ ଜିତିଥିଲା ।

Leave A Reply

Your email address will not be published.