Latest Odisha News

BREAKING NEWS

ସଫଳତାର ଆଉ ପାଦେ: ପ୍ରଥମ କକ୍ଷପଥ ବଦଳାଇଲା ଚନ୍ଦ୍ରଯାନ-୩

ଶ୍ରୀହରିକୋଟା: ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି ଚନ୍ଦ୍ରଯାନ-୩ । ବର୍ତ୍ତମାନ ଏହା ୪୨,୦୦୦ କିମିରୁ ଅଧିକ ଦୀର୍ଘ କକ୍ଷପଥରେ ପୃଥିବୀକୁ ପରିକ୍ରମା କରୁଛି। ବର୍ତ୍ତମାନ ଇସ୍ରୋ ବୈଜ୍ଞାନିକମାନେ ଏହାର କକ୍ଷପଥ ସମ୍ବନ୍ଧିତ ତଥ୍ୟର ବିଶ୍ଳେଷଣ କରୁଛନ୍ତି। ୪୨ ଦିନର ଯାତ୍ରା ପରେ ଚନ୍ଦ୍ରଯାନ-୩ ଏହାର ଗନ୍ତବ୍ୟସ୍ଥଳରେ ପହଞ୍ଚିବ। ଅଗଷ୍ଟ ୨୩ ତାରିଖ ସଂଧ୍ୟା ୫ ଟା ୪୭ ମିନିଟରେ ଚନ୍ଦ୍ରପୃଷ୍ଠରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ପୃଥିବୀର ୧୪ ଦିନ ଚନ୍ଦ୍ରର ଗୋଟିଏ ଦିନ ହୋଇଥିବାରୁ ସୂର୍ଯ୍ୟ ଉଦୟ ସମୟରେ ଲ୍ୟାଣ୍ଡିଂ କରାଇବା ପାଇଁ ଉଦ୍ୟମ କରାଯିବ |

ବେଙ୍ଗଳୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ୍ କମାଣ୍ଡ ନେଟୱର୍କ ବା ISTRACରେ ସଫଳତାର ସହ ପ୍ରଥମ ଅର୍ବିଟ ରେଜିଂ ମାନୁଭର୍ କରାଯାଇଥିବା ସୂଚନା ଦିଆଯାଇଛି । ଚନ୍ଦ୍ରୟାନ ପୃଥିବୀ ଚାରିପଟେ ନିର୍ଦ୍ଧାରିତ ଅଣ୍ଡାକୃତି କକ୍ଷପଥରେ ବୁଲୁଛି । ଲଞ୍ଚିଂ ହେବା ପରେ, ଚନ୍ଦ୍ରଯାନ-୩କୁ ୩୬ ହଜାର ୫୦୦ କିଲୋମିଟର ଦୂରରେ ଛଡ଼ାଯାଇଥିଲା । ତେବେ ଆଜି ଅର୍ବିଟ ରେଜିଂ ମାନୁଭର୍ ପରେ ସର୍ବନିମ୍ନ ଦୂରତା ୧୭୨ କିଲୋମିଟର ଏବଂ ସର୍ବାଧିକ ଦୂରତା ୪୧ ହଜାର ୭୬୨ କିଲୋମିଟରକୁ ବୃଦ୍ଧି ପାଇଛି । ପ୍ରାୟ ୫ ଥର ଏହି ପ୍ରକ୍ରିୟା ଦୋହରାଇବା ପରେ, ଚନ୍ଦ୍ରୟାନ-୩ ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ। ସେଠାରେ ମଧ୍ୟ ପାଞ୍ଚ ଥର ବୁଲିବା ପରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ । ଧିରେ ଧିରେ ଚନ୍ଦ୍ରଯାନର କକ୍ଷପଥକୁ ପରିବର୍ତ୍ତନ କରାଯିବ । ସବୁକିଛି ଠିକ୍ ରହିଲେ ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଚନ୍ଦ୍ରଯାନର ଗତି କମ୍ କରିବାକୁ କମାଣ୍ଡ ଦିଆଯିବା ପରେ ଆରମ୍ଭ ହେବ ଲ୍ୟାଣ୍ଡିଂ ପ୍ରକ୍ରିୟା । GSLV-3 ରକେଟରେ ୩ ଲକ୍ଷ ୮୪ କିମିର ଲମ୍ବା ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-୩ । ଜିଓ ସିକ୍ବେନ୍ସ ଟ୍ରାନ୍ସଫର ଅରବିଟରେ ଚନ୍ଦ୍ରଯାନର ଟ୍ରାକିଂ ଓ ଅପରେସନ ସହଜ ହେବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ ।

Leave A Reply

Your email address will not be published.