Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୮

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥ ସ୍କନ୍ଦ ପୁରାଣ ଅନୁସାରେ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତ୍ତି ରୂପେ ପ୍ରତିଷ୍ଠିତ ହେବା କଥା ଆମେ ଜାଣିଲେ । କିନ୍ତୁ ବର୍ତ୍ତମାନ ରତ୍ନ ସିଂହାସନରେ ସପ୍ତାଭରଣ, ଅର୍ଥାତ ସାତ ମୂର୍ତ୍ତି ଅଛନ୍ତି, ଆସନ୍ତୁ ଅନ୍ୟ ତିନି ମୂର୍ତ୍ତିଙ୍କ ବିଷୟରେ ଜାଣିବା । ଅନ୍ୟ ତିନି ମୂର୍ତ୍ତି ହେଲେ ମାଧବ (ଦାରୁର ଛୋଟ ଜଗନ୍ନାଥ ମୂର୍ତ୍ତି ) । ଏହା ଦ୍ୱାଦଶ ଶତାବ୍ଦୀରେ ପଞ୍ଚଦେବ ଉପାସନାର ପରମ୍ପରା ଅନୁଯାଇ ପୂଜିତ ହେଲେ । କେହି କେହି ପ୍ରଭୁ ନୀଳମାଧବଙ୍କ ଅଂଶ ମାଧବ ଭାବରେ ପୂଜିତ ବୋଲି ବିଶ୍ୱାସ ମଧ୍ୟ କରନ୍ତି । ଏହା ପରେ ୧୩୨୪ ଖ୍ରୀଷ୍ଟାବ୍ଧ ଆଚାର୍ଯ୍ୟ ରାଜଦେବ ପରମହଂସ ବାଜପେୟୀ ଭୁଦେବୀ, ଓ ଶ୍ରୀଦେବୀ (ଲଷ୍ମୀ )ଉଭୟ ଧାତୁ ପ୍ରତିମାଙ୍କୁ ବିଜେ କରାଇଲେ । ଏଭଳି ସପ୍ତାବରଣ ପୂଜା ଆରମ୍ଭ ହେଲା । ତେଣୁ ଶାସ୍ତ୍ର କହେ

“ସପ୍ତା ଭରଣ ସଂଯୁକ୍ତଂ,
ନୀଳାଦ୍ରି ମଣ୍ଡନ ପରମ
ଶ୍ରୀ ଭୂମାଧବ ଚକ୍ରଶୁ,
ଚକ୍ରୀ -ଭଦ୍ରା -ହଳୀ ମାତ ।

ପଞ୍ଚ ଦେବ ଏଠି କିଏ ? ବିଷ୍ଣୁ ସ୍ୱରୂପ ଜଗନ୍ନାଥ, ମହେଶ୍ୱର ସ୍ୱରୂପ ବଲଭଦ୍ର, ଶକ୍ତି ସ୍ୱରୂପିଣୀ ମା ସୁଭଦ୍ରା, ମାଧବ ସ୍ୱରୂପ ଗଣଦେବତା ଓ ସୂର୍ଯ୍ୟ ସ୍ୱରୂପ ସୁଦର୍ଶନ । ତେଣୁ ସ୍ତୁତି ଅଛି ଜଗନ୍ନାଥ ସ୍ୱୟଂ ବିଷ୍ଣୁ, ବଳଭଦ୍ର ତ୍ରିଲୋଚନ । ଭଦ୍ରାଦେବୀ ପରାସାକ୍ଷାତ, ମାଧବ ଗଣ ଦେବତା ଚକ୍ର ତେଜୋମୟ ସୂର୍ଯ୍ୟ, ପଞ୍ଚଦେବ ସ୍ମରlମ୍ୟହମ । “.

ତତ୍ତ୍ୱମୟ ଶ୍ରୀଜଗନ୍ନାଥଙ୍କ ପ୍ରତେକ ଉପସ୍ଥିତି କିଛି ନାକିଛି ତତ୍ତ୍ୱ ବହନ କରେ । ସାଧାରଣରେ କିନ୍ତୁ ପ୍ରଚଳିତ ଅନେକ କଥା ଆମର ତତ୍ତ୍ୱ ଆଧାରିତ ନୁହେଁ । ଏଇ ଯେମିତି ଶ୍ରୀଜଗନ୍ନାଥ ଭାଇ (ବଳଭଦ୍ର ) ଭଉଣୀ (ସୁଭଦ୍ରା )ଙ୍କ ସହ ରତ୍ନ ସିଂହାସନରେ ବିଜେ କରିଛନ୍ତି, ଆଗାମୀ ଦିନରେ ଏହାର ଆଲୋଚନା କରିବା । ଏବେ କିନ୍ତୁ ଗାଇବା ନାରୀ କବି ବିନୋଦିନୀ ରଥଙ୍କ ଆତ୍ମ ନିବେଦନ :

“ଆହେ ଜଗନ୍ନାଥ,
ନାହିଁ ତୁମ ଆଦି ଅନ୍ତ.
ଭକତଙ୍କ ପାଇଁ ଜାତ,
ତୁମ ମହିମା ଅନନ୍ତ
ଆହେ ଜଗନ୍ନାଥ ।”

ଜୟ ଜଗନ୍ନାଥ

Leave A Reply

Your email address will not be published.