Latest Odisha News

BREAKING NEWS

ପୂର୍ବ ଏସିଆର ଲୋକମାନେ କମ ଶୁଅନ୍ତି

ନୂଆଦିଲ୍ଲୀ: ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ ସ୍ପଷ୍ଟ ହୋଇଛି ଯେ, ପୂର୍ବ ଏସିଆର ଲୋକମାନେ ୟୁରୋପ ଏବଂ ଅନ୍ୟ ଦେଶ ତୁଳନାରେ କମ ଶୁଅନ୍ତି । ତେବେ ଏହି ରିପୋର୍ଟରେ ନିଦର ଗଣବତା ନେଇ କୌଣସି ତଥ୍ୟ ପ୍ରକାଶ ପାଇ ନାହିଁ । ୩୫ ଦେଶର ଲୋକଙ୍କ ନିଦ ଉପରେ ନ୍ୟାଶନାଲ ୟୁନିଭରସିଟି ଅଫ ସିଙ୍ଗାପୁର ଓ ଓରା ହେଲଥର ଗବେଷକମାନେ ଏହା ଉପରେ ଗବେଷଣା କରିଥିଲେ । ୨.୨ ଲକ୍ଷ ଲୋକଙ୍କ ଉପରେ କରାଯାଇଥିବା ଷ୍ଟଡିରେ ଜଣାପଡିଥିଲା ଯେ, ପୂର୍ବ ଏସିଆ ଲୋକ କମ ଶୁଅନ୍ତି । ରାତିରେ ୬ ଘଂଟାରୁ ଏମାନେ କମ ସମୟ ଶୁଅନ୍ତି । ଏହା ଦୁନିଆର ଅନ୍ୟ ଦେଶ ତୁଳନାରେ ୩୦ ମିନିଟ କମ । ଖଟ ଉପରକୁ ଶୋଇବା ପାଇଁ ଯିବା ସତ୍ୱେ ନିଦରେ ଶୋଇବା ପାଇଁ ସେମାନଙ୍କୁ ୩୫ ମିନିଟରୁ ଅଧିକ ସମୟ ଲାଗିଥାଏ ।

ଅନ୍ୟ ଦେଶର ଲୋକେ ୱିକେଣ୍ଡରେ ଅଧିକ ସମୟ ଶୋଇଥାନ୍ତି । ଅପରପକ୍ଷରେ ପୂର୍ବ ଏସୀୟ ଦେଶର ଲୋକ ଏହାଠାରୁ କମ ସମୟ ଶୋଇଥାନ୍ତି । ପିଲାମାନଙ୍କ କଥା ବୁଝିବା ଠାରୁ ଆରମ୍ଭ କରି ସାଂସ୍କୃତିକ ପ୍ରଥା ପାଳନରେ ଏମାନେ ଶୋଇବାର ସମୟକୁ ଜଳାଞ୍ଜଳି ଦେଇଥାନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଅପରପକ୍ଷରେ ୟୁରୋପୀୟ ଦେଶର ଲୋକେ ଶୋଇବା ପାଇଁ ସମୟ ଦେବା ସହ ଭଲ ନିଦ୍ରା ନିମନ୍ତେ ଅନ୍ୟ ପନ୍ଥା ମଧ୍ୟ ଆପଣାଇଥାନ୍ତି ।

Leave A Reply

Your email address will not be published.