Latest Odisha News

BREAKING NEWS

ଏସୀୟ ଚାମ୍ପିୟନ୍ସ ଟ୍ରଫି: ଭାରତୀୟ ହକି ଟିମ୍‌କୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ମନପ୍ରୀତ

ଜଳନ୍ଧର:ଏସୀୟ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଭାରତୀୟ ପୁରୁଷ ହକି ଟିମ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି । ଦଳର ଅଭିଜ୍ଞ ମିଡ୍‌ଫିଲ୍ଡର ମନପ୍ରୀତ ସିଂହ ଗୋଡ଼ରେ ଆଘାତ ଯୋଗୁଁ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଯୁବ ବିବେକ ସାଗର ପ୍ରସାଦଙ୍କୁ ଦଳରେ ସାମିଲ କରାଯାଇଛି । ସୋମବାର ଜଳନ୍ଧରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ହରମନପ୍ରୀତ ସିଂହ ଏହି ସୂଚନା ଦେଇଛନ୍ତି । ନିଜ ଘରୋଇ ମାଟି ପଞ୍ଜାବରେ ଭାରତୀୟ ଦଳ ପାଇଁ ମନପ୍ରୀତଙ୍କ ଅନୁପସ୍ଥିତି ଏକ ବଡ଼ କ୍ଷତି । ତେବେ ତାଙ୍କ ସ୍ଥାନରେ ଆସିଥିବା ବିବେକ ସାଗର ପ୍ରସାଦ ମିଡ୍‌ଫିଲ୍ଡରେ ଦଳକୁ ଅଭିଜ୍ଞତା ଓ ସନ୍ତୁଳନ ପ୍ରଦାନ କରିବେ । ୧୭ ବର୍ଷ ପରେ ପଞ୍ଜାବରେ ଆନ୍ତର୍ଜାତୀୟ ହକି ଫେରୁଥିବାରୁ ଏହା ସ୍ଥାନୀୟ ଖେଳାଳି (ହରମନପ୍ରୀତ, ଜୁଗରାଜ, ଜରମନପ୍ରୀତ, ହାର୍ଦ୍ଦିକ, ସୁଖଜୀତ, ଦିଲପ୍ରୀତ ଓ ମନ୍ଦୀପ)ଙ୍କ ପାଇଁ ନିଜ ପରିବାର ଓ ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବାର ବିଶେଷ ସୁଯୋଗ ଆଣିଦେଇଛି ।

ମୁଖ୍ୟ କୋଚ୍ କ୍ରେଗ୍ ଫୁଲଟନ୍ ଘରୋଇ ଦର୍ଶକଙ୍କ ସମର୍ଥନକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ମ୍ୟାଚ୍ ଗୁଡ଼ିକ ମଧ୍ୟରେ କମ୍ ବିଶ୍ରାମ ସମୟ ଥିବାରୁ ଦଳର ପରିଚାଳନା ଏବଂ ଖେଳାଳିଙ୍କ କାର‌୍ୟ୍ୟଭାର ନିୟନ୍ତ୍ରଣ କରିବା ନିର୍ଣ୍ଣାୟକ ହେବ । ଭାରତ ୨୭ ଅକ୍ଟୋବରରେ ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ । ୨୯ରେ ଚୀନ, ୩୦ରେ ଜାପାନ, ୧ ନଭେମ୍ବରରେ ମାଲେସିଆ, ୨ରେ  ଦକ୍ଷିଣ କୋରିଆ ବିପକ୍ଷରେ ମ୍ୟାଚ ଖେଳିବ । ଲିଗ ପର୍ଯ୍ୟାୟରେ ଶୀର୍ଷ ୪ଟି ଦଳ ନଭେମ୍ବର ୪ରେ ସେମିଫାଇନାଲ ଖେଳିବେ ଏବଂ ଫାଇନାଲ ମ୍ୟାଚ୍ ନଭେମ୍ବର ୫ରେ ମୋହାଲିଠାରେ ଅନୁଷ୍ଠିତ ହେବ । ଭାରତ ୫ ଥରର ଚାମ୍ପିୟନ୍ ଭାବେ ନିଜର ୬ଷ୍ଠ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ଅଛି ।

Leave A Reply

Your email address will not be published.