Latest Odisha News

BREAKING NEWS

ଅସିତ ମହାନ୍ତିଙ୍କୁ ପଣ୍ଡିତ ନୀଳମଣି ସ୍ମୃତି ସମ୍ମାନ ପ୍ରଦାନ

ପଣ୍ଡିତ ନୀଳମଣି ମିଶ୍ରଙ୍କ ୯୩ ତମ ଜୟନ୍ତୀ ସମାରୋହ

ଭୁବନେଶ୍ୱର : ପ୍ରଖ୍ୟାତ ଲେଖକ, ଅନୁବାଦକ ତଥା ପୋଥିନାଥ ଭାବେ ପରିଚିତ ପଣ୍ଡିତ ନୀଳମଣି ମିଶ୍ରଙ୍କ ୯୩ ତମ ଜୟନ୍ତୀ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଅନୁବାଦକ ଅସିତ ମହାନ୍ତିଙ୍କୁ ‘ପଣ୍ଡିତ ନୀଳମଣି ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା।

ପ୍ରତିଷ୍ଠାନର ସଭାପତି ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଭାଷା ବିଜ୍ଞାନୀ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଓ ହୃଦାନନ୍ଦ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ।

ରମେଶ ଚନ୍ଦ୍ର ପାଣିଙ୍କ ପ୍ରାରମ୍ଭିକ ସୂଚନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଞ୍ଜୀବ କୁମାର ସଙ୍ଗୀତ ପରିବେଷଣ କରିଥିଲେ ଏବ ଦେବାଶିଷ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ପରିଶେଷରେ ଅରୁଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ବହୁ ବିଶିଷ୍ଟ ଲେଖକ , ବୁଦ୍ଧିଜୀବୀ ଏବଂ ପଣ୍ଡିତ ମିଶ୍ରଙ୍କର ପରିବାର ବର୍ଗ ଯୋଗ ଦେଇଥିଲେ।

Comments are closed.