Latest Odisha News

BREAKING NEWS

ପରଲୋକରେ ସାହିତ୍ୟିକ ଅବଦୁଲ ଓସିଦ ଖାଁ

ବାଲିପାଟଣା : ବରିଷ୍ଠ ସାହିତ୍ୟିକ , କବି, ସମ୍ଭକାର , ସମାଲୋଚକ ତଥା ଜଗନ୍ନାଥ ସଂସ୍କୃତିର ଗବେଷକ ଅବଦୁଲ ଓସିଦ ଖାଁଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଗତ ଦୁଇଦିନ ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନଙ୍କ ସମସ୍ତ ପ୍ରକାରର ପ୍ରଚେଷ୍ଟା ସତ୍ତ୍ୱେ ସେ ଆଖିବୁଜି ଥିଲେ।

ସ୍ୱର୍ଗତଃ ଖାଁ ଓଡ଼ିଆ ଭାଷା ବିଭାଗରେ ଅଧ୍ୟାପକ ଭାବରେ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଜଗନ୍ନାଥ ସଂସ୍କୃତି ଉପରେ ତାଙ୍କର ଅଗାଧ ଜ୍ଞାନ ଯୋଗୁଁ ତାଙ୍କୁ ବାଲିପାଟଣାର ସାଲବେଗ ବୋଲି ସମ୍ବୋଧନ କରାଯାଉଥିଲା। ତାଙ୍କ ମୃତ୍ୟୁ ଖବରରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.