Latest Odisha News

ବିଜେପି ପ୍ରାର୍ଥୀଙ୍କ ଗାଡ଼ିରୁ ଇଭିଏମ୍ ମିଳିବା ପରେ ବୁଥରେ ନିର୍ବାଚନ ରଦ୍ଦ, ୪ ଅଧିକାରୀ ନିଲମ୍ବିତ

ଗୁଆହାଟି: ନିର୍ବାଚନ ଭିତରେ ଆସାମ କରିମଗଞ୍ଜ ଜିଲ୍ଲାରୁ ଏକ କାରରୁ ଇଭିଏମ୍ ମିଳିବା ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି କାରର ଭିଡିଓ ଟ୍ୱିଟ୍ କରିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଇଭିଏମ୍ ମିଳିଥିବା ବୋଲେରୋ ଗାଡ଼ିଟି ପାଥରକାଣ୍ଡି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କୃଷ୍ଣେନ୍ଦୁ ପାଲଙ୍କର ।

ବଡ଼ କଥା ହେଉଛି ବୋଲେରୋରୁ ଇଭିଏମ୍ ମିଳିଥିବା ବେଳେ ଗାଡ଼ିରେ କୌଣସି ନର୍ବାଚନ ଅଧିକାରୀ କିମ୍ବା ସୁରକ୍ଷା କର୍ମୀ ନଥିଲେ । ଏହି ମାମଲାରେ ନିର୍ବାଚନ କମିଶନ ୪ ଜଣ ପୋଲିଂ ଅଫିସରଙ୍କୁ ନିଲମ୍ବିତ କରିବା ସହ ଉକ୍ତ ବୁଥରେ ହୋଇଥିବା ନିର୍ବାଚନକୁ ରଦ୍ଦ କରି ଦେଇଛନ୍ତି । ଏଥିସହ ଏଫଆଇଆର୍ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ।

ଗୁରୁବାର ବିଜେପି ନେତାଙ୍କ କାରରୁ ଇଭିଏମ୍ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ବିଜେପି ନେତା ପାଲଙ୍କ ସ୍ତ୍ରୀଙ୍କ ନାଁରେ ଥିବା ବୋଲେରୋରେ ଭୋଟ୍ ସରିବା ପରେ ଇଭିଏମକୁ ଷ୍ଟ୍ରଙ୍ଗ ରୁମକୁ ନିଆ ଯାଉଥିଲା । ତେବେ, ଜିଲ୍ଲା ନିର୍ବାଚନ ଅଧିକାରୀ ଦେଇଥିବା ପ୍ରାଥମିକ ରିପୋର୍ଟରେ କୁହାଯାଇଛି- ପୋଲିଂ ଅଧିକାରୀ ଜାଣିନଥିଲେ ସେମାନେ ଯେଉଁ ଗାଡ଼ିରେ ଯାଉଛନ୍ତି ତାହା ବିଜେପି ପ୍ରାର୍ଥୀଙ୍କର ।

ସୂଚନା ଅନୁସାରେ, ଇନ୍ଦିରା ଏମଭି ସ୍କୁଲ ମତଦାନ କେନ୍ଦ୍ରର ଅଧିକାରୀ ଷ୍ଟ୍ରଙ୍ଗ ରୁମ୍ ଆଡ଼କୁ ଯାଉଥିଲେ । ସେହି ସମୟରେ ତାଙ୍କ ଗାଡ଼ି ଖରାପ ହୋଇ ଯାଇଥିଲା । ଏହାପରେ ସେ ନିର୍ବାଚନ ଅଧିକାରୀଙ୍କୁ ଯୋଗାଯୋଗ କରିଥିବା କଥା ହୋଇପାରି ନଥିଲେ । ଫଳରେ ରାସ୍ତା ଦେଇ ଯାଉଥିବା ଗାଡ଼ିକୁ ଲିଫ୍ଟ ମାଗିଥିଲେ । ଆଉ ସେହି ଗାଡ଼ି ପଠାରଖଣ୍ଡି ବିଜେପି ବିଧାୟକ ତଥା ନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କର । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅନୁସାରେ, ଇଭିଏମ୍ ସିଲ୍ ଥିଲା ।

Leave A Reply

Your email address will not be published.