Latest Odisha News

BREAKING NEWS

କାନପୁର ଡାକବିଭାଗର ଦାୟିତ୍ୱହୀନତା: ଷ୍ଟାମ୍ପରେ ଛୋଟ ରାଜନ, ମୁନ୍ନା ବଜରଙ୍ଗୀଙ୍କ ଫଟୋ

କାନପୁର: କାନପୁର ଡାକବିଭାଗର ମସ୍ତବଡ ଭୁଲ ସାମ୍ନାକୁ ଆସିଛି । ଏଠାରେ ଜାରି କରାଯାଇଥିବା ପୋଷ୍ଟାଲ ଷ୍ଟାମ୍ପରେ ଅନ୍ତର୍ଜାତୀୟ ଅପରାଧୀ ଛୋଟା ରାଜନ ଓ ବାଗପତ ଜେଲରେ ହତ୍ୟା କରାଯାଇଥିବା ଶାର୍ପ ଶୁଟର ମୁନ୍ନା ବଜରଙ୍ଗୀଙ୍କ ଫଟୋ ରହିଛି । ମାଇ ଷ୍ଟାମ୍ପ ଯୋଜନାରେ ଏହି ଷ୍ଟାମ୍ପଗୁଡିକ ଛପା ଯାଇଥିଲା । ଉଭୟଙ୍କ ଫଟୋ ଥାଇ ୧୨ଟି ଲେଖାଁଏ ଷ୍ଟାମ୍ପ ଛପାଯାଇଛି । ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏବେ ଏହାର ତଦନ୍ତ ଆରମ୍ଭ ହୋଇଛି । କିପରି ଫଟୋକୁ ଭଲ ଭାବେ ନ ଦେଖି ଛପା ଯାଇଛି ଓ ଏଥିନେଇ ପ୍ରକୃତ ଦୋଷୀଙ୍କୁ ଖୋଜା ଚାଲିଛି ବୋଲି ପୋଷ୍ଟ ମାଷ୍ଟର ଜେନେରାଳ ବିକେ ବର୍ମା କହିଛନ୍ତି ।

ମାଇ ଷ୍ଟାମ୍ପ ଯୋଜନା: ଏହି ଯୋଜନା ୨୦୧୧ରେ ଆରମ୍ଭ କରାଯାଇଥିଲା । ଏଥିରେ ୩୦୦ ଟଙ୍କା ଦେଇ ଯେ କୌଣସି ବ୍ୟକ୍ତି ନିଜ ଫଟୋ ଥିବା ୧୨ ପୋଷ୍ଟାଲ ଷ୍ଟାମ୍ପ କରିପାରିବ । ଏହା ସବୁଠାରୁ ମାନ୍ୟ ହେବ । ପାସପୋର୍ଟ ସାଇଜ ଫଟୋ ଏବଂ ଅନ୍ୟ ଡାଟା ପୋଷ୍ଟଅଫିସରେ ଦେବାକୁ ପଡିବ । କେବଳ ଜୀବିତ ବ୍ୟକ୍ତିଙ୍କ ନାମରେ ଏହା ଜାରି କରାଯାଇ ପାରିବ ।

Leave A Reply

Your email address will not be published.