ଗୁୱାହାଟୀ: ହାତୀକୁ ହତ୍ୟା ଅଭିଯୋଗରେ ଟ୍ରେନ୍ ଇଂଜିନକୁ ସିଜ କରିଛି ଆସାମ ବନବିଭାଗ । ପ୍ରଥମ ଥର ପାଇଁ ଆସାମରେ ଏଭଳି ଏକ ଘଟଣା ଘଟିଛି । ଆସାମର ଲମଡିଙ୍ଗ ରିଜର୍ଭ ଫରେଷ୍ଟ ଅଂଚଳ ଦେଇ ଯାଇଥିବା ଟ୍ରାକରେ ଏହି ଦୁର୍ଘଟଣା ଘଟିଛି । ସଂପୃକ୍ତ ଅଂଚଳ ଦେଇ ମାଲବାହୀ ଟ୍ରେନଟି ଯାଉଥିବା ବେଳେ ଗୋଟିଏ ମାଇ ହାତୀ ଓ ତାର ଛୁଆ ଉପରେ ଚଢିଯାଇଥିଲା । ପରେ ସଂପୃକ୍ତ ଟ୍ରେନର ଇଂଜିନକୁ ବିନବିଭାଗ ଅଧିକାରୀ ସିଜ୍ କରିଦେଇଛନ୍ତି ।
ରେଳବାଇ କର୍ତ୍ତୃପକ୍ଷଙ୍କ ବିରୋଧରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ଅନ୍ତର୍ଗତ ମାମଲା ରୁଜୁ ହୋଇଥିବା ବେଳେ, ପ୍ରାଥମିକ ପର୍ଯ୍ୟାୟରେ କେବଳ ଟ୍ରେନର ଇଂଜିନ ସିଜ କରାଯାଇଛି । ଏଥିସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ରେଳବାଇ ମଧ୍ୟ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଟ୍ରେନ୍ର ଲୋକ ପାଇଲଟ ଏବଂ ସହଯୋଗୀଙ୍କୁ ନିଲମ୍ବନ କରାଯାଇଛି । ଦୁର୍ଘଟଣା ଘଟିଥିବା ସ୍ଥଳରେ ଟ୍ରେନ୍ର ଗତି ଅଧିକ ଥିଲା ଏବଂ ଡ୍ରାଇଭର ନିୟନ୍ତ୍ରଣ ହରାଇଥିବା ସାମ୍ନାକୁ ଆସିଛି ।
Comments are closed.