ଗୌହାଟି: ଶନିବାର ଆସାମରେ ଜାପାନିଜ ଏନସେଫାଲାଇଟିସରେ ଆଉ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ, ଏହି ରୋଗ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଚଳିତ ମାସରେ ୨୭କୁ ବୃଦ୍ଧି ପାଇଛି। ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଶନିବାର ଏହି ସୂଚନା ଦେଇଛନ୍ତି। ଶନିବାର ରାଜ୍ୟରେ ନଅଟି ନୂଆ ମାମଲା ରିପୋର୍ଟ ହୋଇଥିବା ବେଳେ ଚଳିତ ମାସରେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୧୬୯କୁ ପହଞ୍ଚିଛି।
ସ୍ୱାସ୍ଥ୍ୟ ଆୟୋଗଙ୍କ କହିବାନୁସାରେ, ଏହି ଚାରୋଟି ମୃତ୍ୟୁ ଜୋରହାଟ ଜିଲ୍ଲାରେ ଘଟିଛି। ଗୋଲାଘାଟ ଜିଲ୍ଲାରୁ ତିନୋଟି, ଶିବସାଗର ଏବଂ ସୋନିତପୁରରୁ ଦୁଇଟି ଏବଂ ଗୋଲପାରା ଏବଂ କୋକରାଜ ଜିଲ୍ଲା ମଧ୍ୟରୁ ତିନୋଟି ରହିଥିଲା। ଶୁକ୍ରବାର ରାଜ୍ୟରେ ଚାରିଜଣଙ୍କ ମୃତ୍ୟୁ ଏବଂ ୧୬ଟି ନୂଆ ଜାପାନିଜ ଏନସେଫାଲାଇଟ୍ସ ମାମଲା ସାମ୍ନାକୁ ଆସିଥିଲା। ସମସ୍ତ ଜିଲ୍ଲାରେ ଆକ୍ୟୁଟ୍ ଏନସେଫାଲାଇଟିସ୍ ସିଣ୍ଡ୍ରୋମ (ୁଊS) ଏବଂ ଜାପାନିଜ ଏନସେଫାଲାଟାଇସ୍ ଉପରେ ରାପିଡ୍ ଆକ୍ସନ୍ ଫୋର୍ସ ଗଠନ କରାଯାଇଛି।
Comments are closed.