Latest Odisha News

ଆଜି ନିଟ୍‌ ୟୁଜି ପରୀକ୍ଷା

ଓଡ଼ିଶା ସମ୍ବାଦ: ଆଜିଠୁ ଦେଶର ବିଭିନ୍ନ ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଡିଗ୍ରୀରେ ନାମଲେଖା ପାଇଁ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ୟୁଜି ପରୀକ୍ଷା ହେବ । ଚଳିତବର୍ଷ ୧୮ ଲକ୍ଷ ୭୨ ହଜାର ୩୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଗତବର୍ଷ ତୁଳନାରେ ଏବର୍ଷ ୨.୫୭ ଲକ୍ଷ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି । ପରୀକ୍ଷା  ଅପରାହ୍ନ ୨ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୧ଟା ୩୦ ସୁଦ୍ଧା ସେମାନେ କେନ୍ଦ୍ର ଭିତରକୁ ପ୍ରବେଶ କରିବେ । ପରୀକ୍ଷା ଦେବାପାଇଁ ୧୦.୬୪ ଲକ୍ଷ ଛାତ୍ରୀଥିବାବେଳେ ୮ ଲକ୍ଷ ୭ ହଜାର ୭୧୧ ଜଣ ଛାତ୍ର ଅଛନ୍ତି । ପରୀକ୍ଷା ଦେବାପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡର ପ୍ରିଣ୍ଟ ସହ ଫଟୋ ଏବଂ ନିଜର ପରିଚୟ ପତ୍ର ପରୀକ୍ଷା କେନ୍ଦ୍ରକୁ ନେବାପାଇଁ କୁହାଯାଇଛି ।

 

Leave A Reply

Your email address will not be published.