ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୬
ଜୟ ଜଗନ୍ନାଥ, ଓଁ ନମୋ ଭାଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଜେ ସ୍ଥଳି ଶ୍ରୀମନ୍ଦିରର ରତ୍ନ ସିଂହାସନ ଓ ଗରୁଡ଼ସ୍ତମ୍ଭ ବିଷୟରେ ଜାଣିବା ପରେ ସ୍ୱତଃ ମନକୁ ଆସନ୍ତି ଶ୍ରୀମନ୍ଦିର ବେଢା ରେ ଦୁଇଟି ସର୍ବ ପ୍ରାଚୀନତମ ସ୍ଥାନ କଳ୍ପବୃକ୍ଷ ଓ ରୋହିଣୀକୁଣ୍ଡ । କଳ୍ପ ବୃକ୍ଷଙ୍କ କଥା ଆମେ କିଛି ଆଲୋଚନା କରିଛେ । ତେଣୁ ଆଜି ପରମ ପଵିତ୍ର ରୋହିଣୀ କୁଣ୍ଡଙ୍କ ବିଷୟରେ କିଛି ଜାଣିବା । ଶ୍ରୀକ୍ଷେତ୍ର ମଧ୍ୟରେ ପରମ ପବିତ୍ର ପଞ୍ଚ ତୀର୍ଥ ମଧ୍ୟରେ ସର୍ବ ପୁରାତନ ତୀର୍ଥ ହେଉଛନ୍ତି “ରୋହିଣୀ ତୀର୍ଥ ” । ଯଥା:-
“ମାର୍କଣ୍ଡେୟ ବଟକୃଷ୍ଣଂ ରୌହିଣେୟଂ
ମହୋଦଧିମ୍, ଇନ୍ଦ୍ରଦ୍ୟୁମ୍ନ ସରଶ୍ଚ
ସରଶ୍ଚଇବ ପଞ୍ଚତୀର୍ଥ ବିଧିସ୍ମୃତଃ ।”(ବ୍ରହ୍ମପୁରାଣ )
ଏହି ରୋହିଣି କୁଣ୍ଡର ଉତ୍ପତ୍ତି, ଅବସ୍ଥିତି ଏସବୁ ଜାଣିବା ପୂର୍ବରୁ ଆସନ୍ତୁ ଋଗବେଦରେ ଏହି ତୀର୍ଥ ସମ୍ବନ୍ଧରେ କଣ ଉଲ୍ଲେଖ ଅଛି ଜାଣିବା। “ଯାଃ ରୌହିଣଂ ଅସ୍ପୁରତ ବଜ୍ରବାହୁଃଦ୍ୟାଂ ଆରୋହନ୍ତମ୍ “ ଏଠାରେ ରୌହିଣଂ ଅର୍ଥାତ ଯାହାଦ୍ୱାରା ଆରୋହଣ କରାଯାଏ ଦ୍ୟାଂ ଶବ୍ଦର ଅର୍ଥାତ ସ୍ୱର୍ଗକୁ, ଆରୋହଣ କରିବାର ତୀର୍ଥ ହେଉଛି ରୋହିଣୀ କୁଣ୍ଡ। ଅଭିଧାନ ଅନୁସାରେ ରୌହିଣ ହେଉଛି ବଟବୃକ୍ଷ କଳ୍ପବୃକ୍ଷଙ୍କ ନିକଟରେ ଥିବାରୁ ଏହାଙ୍କ ନାମ ହେଉଛି ରୋହିଣୀ କୁଣ୍ଡ ।
ଅନ୍ୟ ଅର୍ଥରେ ରୋହତେ ଶବ୍ଦ ପ୍ରବଦ୍ଧତେ ଭାବରେ ବ୍ୟବହାର ହୁଏ। ତେଣୁ କଥିତ ଅଛି ଏହି କୁଣ୍ଡରୁ ଜଳ ଯେତେ ନିଷ୍କାସନ ହେଲେ ମଧ୍ୟ ତାହା ସମ୍ପୂର୍ଣ ଭାବରେ ଶୂନ୍ୟ ହୁଏ ନାହିଁ। ଅର୍ଥାତ ଏହା ସ୍ୱତଃ ପୁନଃ ପୁନଃ ପୂର୍ଣ୍ଣ ହେବାରେ ଲାଗେ । ସରଳରେ କହିଲେ କେବେ ଶୁଷ୍କ ହେଉନଥିବା, ପବିତ୍ର ଜଳରେ ପ୍ଲାବିତ ଏକ କୁଣ୍ଡ ଅଟେ। ସ୍କନ୍ଦ ପୁରାଣ କହେ “ରୌହିଣlଖ୍ୟଂ ମହାତୀର୍ଥଂ କାରଣଂ ସର୍ବ ପାଥସାମ ଅତ୍ରସ୍ନାତ୍ୱl ନରୋଯlତି ବୈକୁଣ୍ଠ ଭବନ ଦ୍ଵିଜ ୮/୧୬ ସ୍କନ୍ଦ ପୁରାଣ “।
ଏହା ସର୍ବପାପ ହାରକ ମହାତୀର୍ଥ ହୋଇ ଥିବାରୁ ଏବଂ ସର୍ଵ ପୁରାତନ ହୋଇଥିବାରୁ ଅନେକ ପୁରାଣରେ ଏହି ପାବନ କୁଣ୍ଡର ବର୍ଣ୍ଣନା ଅଛି । ତାହା ଧିରେ ଧିରେ ଆଗାମୀ ଅଧ୍ୟାୟ ମାନଙ୍କରେ ଜାଣିବା। ବର୍ତ୍ତମାନ ଆରାଧନାରେ ସେହି ଭାଗବତ ପଦ
ଏବେ ହୋ କହିବା ବିଶ୍ୱାସେ
ସେ ପୁରାତନ ଇତିହାସେ ।
* * * *
ଯେ ପ୍ରାଣୀ ଲୋକ ତତ୍ତ୍ୱ ଜାଣେ
ମୋର ମହିମା ପରିମlଣେ ।
ବିଷୟl ଭ୍ରମରୁ ସଂସାରେ
ଆତ୍ମାକୁ ଆପଣେ ଉଦ୍ଧରେ ।
ଆତ୍ମାକୁ ବୁଝlଇ ଆପଣେ
ସୁମତି ଆତ୍ମା ଗୁରୁପଣେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )