Latest Odisha News

ଟ୍ରେନରେ ଜନ୍ମ ନେଲେ ୩ ଶିଶୁ, ପରେ ଆଖି ବୁଜିଲେ

ଭଦ୍ରକ: ଭଦ୍ରକ ରେଳୱେ ଷ୍ଟେସନରେ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଗର୍ଭବତୀ ମହିଳା ଚଳନ୍ତା ଟ୍ରେନରେ ୩ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ପରେ ମା’ ଓ ନବଜାତକକୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଶିଶୁ ପୁତ୍ରଙ୍କର ମୃତ୍ୟୁ ଘଟିଛି ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ମହିଳା ଜଣକ ଆସାମର ବାସିନ୍ଦା ହୋଇଥିବା ବେଳେ ସେ ବାଙ୍ଗାଲୁରୁରେ ନିଜ ସ୍ୱାମୀଙ୍କ ସହ ରୁହନ୍ତି । ସେ ଜଣେ ସମ୍ପର୍କୀୟଙ୍କ ସହ ବାଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସରେ ଆସାମ ଯାଉଥିବା ବେଳେ ଭଦ୍ରକ ନିକଟରେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ପରବର୍ତ୍ତୀ ସମୟରେ ଭଦ୍ରକରେ ଟ୍ରେନ୍ ଅଟକା ଯାଇ ଡାକ୍ତରଙ୍କ ସହାୟତାରେ ମହିଳାଙ୍କର ୩ଟି ଶିୁ ଜନ୍ମ ହୋଇଥିଲେ ।

ତେବେ ରେଳବାଇ ସହାୟତାରେ ଉଭୟ ମା’ ଓ ଶିଶୁଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସମ୍ପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେଠାରେ ସମସ୍ତ ନବଜାତକ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କର ମୃତ୍ୟୁ ଘଟିଥିଲା ।

ଯାହାକୁ ନେଇ ମେଡିକାଲ ପରିସରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.