ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ତେଣୁ ସୁରକ୍ଷା ବଳୟ ମଧ୍ୟରେ ରହିଛି ବିଧାନସଭା । ଏହାପୂର୍ବରୁ ଆଜି ବିଧାନସଭା ପରିସରରେ ଡ଼ିଜି, ସିପି, ଡିସିପି ଏବଂ ବରିଷ୍ଠ ଅଧିକାରୀ ମାନେ ସ୍ଥିତି ଯାଞ୍ଚ କରିଛନ୍ତି । କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।
ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ଵାବଧନରେ ସୁରକ୍ଷା ବ୍ୟବସ୍ଥା ରହିବ । ସୁରକ୍ଷା ଲାଗି ୩୦ ପ୍ଲାଟୁନ ପୋଲସ ଫୋର୍ସ ମୁତୟନ ହେବେ । ସୁରକ୍ଷା ବ୍ୟବସ୍ଥାକୁ ୬ ଜଣ ଅତିରିକ୍ତ ଡିସିପି ତଦାରଖ କରିବେ । ଏଥିଲାଗି ୧୦୦ରୁ ଉର୍ଦ୍ଧ୍ବ ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି । ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱାବଧାନରେ ୬ ଅତିରିକ୍ତ ଡିସିପି, ୧୯ ଜଣ ଏସିପି, ୨୦ଜଣ ଇନ୍ସପେକ୍ଟର , ୭୫ ଜଣ ଏସଆଇଙ୍କ ନିୟୋଜିତ ହେବେ । ବିକ୍ଷୋଭ, ଆନ୍ଦୋଳନ, ରାଲି, ଧାରଣା ଆଦି ନିୟନ୍ତ୍ରଣ ପାଇଁ 5 ଟି କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ଷ୍ଟ୍ରାଇକିଙ୍ଗ ଫୋର୍ସ, କୁଇକ ରେସ୍ପନ୍ସ ଟିମ, ସ୍ପେଶାଲ ଟାଇଟିକାଲ ୟୁନିଟ ମଧ୍ୟ ରହିବେ ।
Comments are closed.