Latest Odisha News

BREAKING NEWS

ଚିହ୍ନଟ ହେଲା ବିରଳ ସାମୁଦ୍ରିକ ମାଛ ଫ୍ଲାଇଙ୍ଗ ଗୁର୍ନାର୍ଡ, ଦୀଘା ମୁହାଁଣରୁ ମିଳିଥିବା ସୂଚନା

ବ୍ରହ୍ମପୁର: ଦୀଘା ମୁହାଁଣରୁ ମିଳିଥିବା ଏକ ନୂତନ ପ୍ରଜାତିର ମାଛକୁ ଚିହ୍ନଟ କରିଛନ୍ତି ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ । ଏ ନୂତନ ପ୍ରଜାତିର କମଳା ରଙ୍ଗ ସହ କଳା ଛିଟ ଥିବା ମାଛଟିକୁ ଫ୍ଲାଇଙ୍ଗ ଗୁର୍ନାର୍ଡ ବୋଲି ବୈଜ୍ଞାନିକ କହିଛନ୍ତି । ଯେଉଁଥିରେ ସୂକ୍ଷ୍ମ ରୋଷ୍ଟ୍ରାଲ ୨ଟି କଣ୍ଟା ଅଛି। ଏହି ନୂତନ ପ୍ରଜାତିର ମାଛଟି ଟେରିଗୋଟ୍ରିଗଲା ପ୍ରଜାତିର ଅଟେ।

ବୈଜ୍ଞାନିକମାନଙ୍କ କହିବାଅନୁସାରେ, ଗୁର୍ନାଡ୍ ମାଛର ନାମ କରଣ ଟେରିଗୋଟ୍ରିଗ୍ଲା ଇଣ୍ଟରମେଡିକା ରଖା ଯାଇଛି। ଏହାସହ ମାଛର ଏକ ଲମ୍ବା ଅପରେକୁଲାର ମେରୁଦଣ୍ଡ ଏବଂ ଏକ ଅତି କ୍ଷୁଦ୍ର କ୍ଲିଥ୍ରାଲ୍ ମେରୁଦଣ୍ଡରେ ୨୭ ଖଣ୍ଡ ହାଡ଼ ରହିଛି । ମୁଣ୍ଡ ଚେପଟା ରହିବା ସହ ମାଛର କଣ୍ଟା ବିଷାକ୍ତ । ଏମାନେ ଗଭୀର ସମୁଦ୍ରରେ ଥିବା ଛୋଟ ମାଛ ,ଗେଣ୍ଡା ଆଦି ଶିକାର କରିଥାନ୍ତି ।

ଗୁର୍ନାଡ୍ ପ୍ରଜାତିର ଏହି ମାଛକୁ ପୂର୍ବ ଉପକୂଳର ଉତ୍ତର ଭାଗର ଦୀଘା ମୁହାଣରୁ ୨୦ ଅକ୍ଟୋବର ୨୦୧୮ରେ ସହକାରୀ ପ୍ରଫେସର ଦୀପାଞ୍ଜନ ରାୟ ସଂଗୃହିତ କରିଥିଲେ । ସଂଗୃହୀତ ହୋଇଥିବା ଏହି ମାଛ ଅନ୍ୟ ସମ ପ୍ରଜାତିଗୁଡିକ ଠାରୁ ଆକୃତିରେ ଭିନ୍ନ ବୋଲି ସେତେବେଳେ ଜଣାପଡିଥିଲା । ତେଣୁ ଏହି ମାଛ ଉପରେ ରିସର୍ଚ୍ଚ ଜାରି ରଖିଥିଲେ ବୈଜ୍ଞାନିକମାନେ । ପରୀକ୍ଷା ନିରୀକ୍ଷା ପାଇଁ ପ୍ରାୟ ୫ ବର୍ଷ ସମୟ ଲାଗିଥିଲା। ପରୀକ୍ଷଣ ପରେ ଡ଼ .ମହାପାତ୍ରଙ୍କ ପକ୍ଷରୁ ଏହି ନୂତନ ମାଛର ନାମ ଟେରିଗୋଟ୍ରିଗଲା ଇଣ୍ଟରମେଡିକା ରଖା ଯାଇଥିବା ଜଣାପଡ଼ିଛି।

ଏହି ମାଛ ନେଇ ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର, ଶୁଭ୍ରେନ୍ଦୁ ଶେଖର ମିଶ୍ର, ବାଜକୁଳ ମିଳନୀ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଦୀପାଞ୍ଜନ ରାୟ, ଗବେଷକ ସନମିତ୍ରା ରୟ ଏବଂ ଅଙ୍କିତା ମିଶ୍ରଙ୍କ ମିଳିତ ସହଯୋଗ ଗବେଷଣା କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଜୁଲାଇ ମାସରେ ମଧ୍ୟ ଓଡ଼ିଶାରୁ ଏକ ନୂଆ ପ୍ରଜାତିର ମାଛ ଚିହ୍ନଟ ହୋଇଥିଲା । ଅନ୍ୟ କୁଚିଆ ପ୍ରଜାତିର ମାଛ ଠାରୁ ତାହା ଭିନ୍ନ ରହିଥିବା ବେଳେ ତା’ର ନାମ ‘ମୁରାନିଥିସ୍’ ରଖାଯାଇଥିଲା ।

 

Leave A Reply

Your email address will not be published.