Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଭୁବନେଶ୍ୱର ଜିପିଏଚ୍ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ନାଥ ପ୍ରଧାନଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳିନ ରେଡ୍ କରିଛି ଭିଜିଲାନ୍ସ ।

ଭୁବନେଶ୍ୱର ନୟାପଲ୍ଲି ସ୍ଥିତ ୨ ମହଲା କୋଠା, ବାଲିଅନ୍ତାରେ ଥିବା ଆପାର୍ଟମେଂଟ, ନହରକଂଟାରେ ଥିବା ଘର, ୟୁନିଟ୍‌-୩ରେ ଥିବା ଅଫିସ, ବାଲିଅନ୍ତାର କୁରୁଣ୍ଟିରେ ଥିବା ତାଙ୍କ ସମ୍ପର୍କିୟଙ୍କ ଘର ଏବଂ ବ୍ରହ୍ମପୁର ଅଯୋଧ୍ୟା ନଗରରେ ଥିବା ପୈତ୍ରୁକ ଘରେ ଏକକାଳିନ ଚଢ଼ାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସ ସ୍ପେଶାଲ ଜଜ୍ କୋର୍ଟ ୱାରେଂଟ ଜାରି କରିବା ପରେ ଭିଜିଲାନ୍ସର ୬ଟି ଟିମ୍ ରବିନ୍ଦ୍ରନାଥ ପ୍ରଧାନଙ୍କ ଆୟବହିର୍ଭୁତ ସମ୍ପତିର ଖୋଲତାଡ କରୁଛନ୍ତି ।

Leave A Reply

Your email address will not be published.