Latest Odisha News

BREAKING NEWS

ତପ୍ତପାଣି ବସ୍ ଦୁର୍ଘଟଣା: OJEEରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା

ପାରଲାଖେମୁଣ୍ଡି: ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା । ଆସନ୍ତା ୨୨ ତାରିଖରେ ଏହି ପରୀକ୍ଷା ହେବ । ଏ ନେଇ  ଗଜପତି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି ।

ଗୋଟିଏ ବସ୍‌ରେ ଅକ୍ଟୋବର ୧୫ରେ ଓଜେଇଇ ପରୀକ୍ଷା ଦେବାକୁ ଯାଉଥିଲେ ଗଜପତି ଜିଲ୍ଲା ଚାନ୍ଦିପୁଟ, ରାମଗିରି ଓ ଚନ୍ଦ୍ରଗିରି ଅଞ୍ଚଳର ୪୫ ଜଣ ପରୀକ୍ଷାର୍ଥୀ । ବସ୍‌ଟି ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ପାଖ ପାକୁଖୋଳା ଗାଁ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆହତ ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଫଳରେ ସେମାନେ ପରୀକ୍ଷା ଦେଇପାରିନଥିଲେ । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓଜେଇଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ । ଓଜେଇଇ ଅଧ୍ୟକ୍ଷ ଏହାକୁ ଗ୍ରହଣ କରି ଏହି ପିଲାମାନଙ୍କ ପାଇଁ ୨୨ ତାରିଖରେ ପରୀକ୍ଷା କରିବାକୁ ଘୋଷଣା କରିଛନ୍ତି । ଏଣୁ ପରୀକ୍ଷାରୁ ବଞ୍ଚିତ ହୋଇଥିବା ସଂପୃକ୍ତ ଛାତ୍ରଛାତ୍ରୀ ଜିଲ୍ଲାର ନୋଡାଲ ଅଫିସରଙ୍କୁ ମୋବାଇଲ ନମ୍ବର ୮୭୬୩୬୮୭୮୪୮ରେ କଲ୍ କରି ପରୀକ୍ଷା ଦେବାକୁ ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.