Latest Odisha News

BREAKING NEWS

ପାର୍ବଣ ପାଇଁ ଚାଲିବ ୨୬ଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ପାର୍ବଣ ପାଇଁ ରେଳଯାତ୍ରୀଙ୍କୁ ଭେଟି । ଚାଲିବ ୨୬ଟି ସ୍ୱତନ୍ତ୍ର ଟ୍ରେନ୍ । ପାର୍ବଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ସେଥିମଧ୍ୟରୁ ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେସନ୍‌ରୁ କେତେକ ଟ୍ରେନ୍‌ ଛାଡ଼ିବାକୁ ଥିବା ବେ‌ଳେ ଆଉ କିଛି ଟ୍ରେନ୍ ପୂର୍ବତଟ ରେଳପଥ ମଧ୍ୟ ଦେଇ ଯିବ।

ପୁରୀ ଓ ଭୁବନେଶ୍ବରରୁ ୮ଟି ଟ୍ରେନ୍‌ ଚଳାଚଳ କରିବାକୁ ଥିବା ବେଳେ ବିଶାଖାପାଟଣାରୁ ୭ଟି ଓ ସମ୍ବଲପୁରରୁ ୩ଟି ଟ୍ରେନ୍‌ ଚଳାଚଳ କରିବ। ଏହାବ୍ୟତୀତ ୮ଟି ଟ୍ରେନ୍‌ ପୂର୍ବତଟ ରେଳପଥ ମଧ୍ୟ ଦେଇ ଚଳାଚଳ କରିବ ବୋଲି ସୂଚନା ମିଳିଛି । ବିଶାଖାପାଟଣାରୁ ନିଜାମୁଦ୍ଦିନ୍‌, ଚେନ୍ନାଇ, ଏଲ୍‌ଟିଟି, ଗାନ୍ଧିଧାମ, କୁଡ଼ାପ୍ପାକୁ ‌ସ୍ବତନ୍ତ୍ର ଟ୍ରେନ୍‌ ସହ ବିଶାଖାପାଟଣା-ବିଜୟୱାଡା ଡବଲ୍‌ ଡେକ୍‌ର ସ୍ପେସାଲ ଟ୍ରେନ୍‌ ଚାଲିବ ।

ସେହିପରି ପୁରୀରୁ ପାଟଣା, ହାୱଡା, ଜୟନଗର, ସୁରତ, ଏଲ୍‌ଟିଟି, ଚେନ୍ନାଇ, ବଡବିଲ୍‌ ଓ ପାରାଦୀପ, ଭୁବନେଶ୍ବରରୁ ନୂଆଦିଲ୍ଲୀ, ଏଲ୍‌ଟିଟି, ତିରୁପତି, ଚେନ୍ନାଇ, ବେଙ୍ଗାଲୁରୁ, ବାଙ୍ଗିରିପୋଷି, ପୁଡୁଚେରୀ ଓ ରାମେଶ୍ବରମ୍‌, ସମ୍ବଲପୁରରୁ ହାୱଡା, ପୁରୀ ଓ ମଣ୍ଡୁଆଢ଼ିକୁ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ।

 

Leave A Reply

Your email address will not be published.