Latest Odisha News

ପୃଥିବୀ ପୃଷ୍ଠକୁ କେବେ ଫେରିବେ ସୁନୀତା ୱିଲିୟମ୍ସ ?

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠକୁ ଫେରିବାକୁ ଆହୁରି କିଛି ମାସ ଅପେକ୍ଷା କରିବେ ସୁନୀତା ୱିଲିୟମ୍ସ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ୍‌)ରେ ଦୀର୍ଘ ୮୦ ଦିନ ଧରି ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋରଙ୍କ ଅପେକ୍ଷାର ଅନ୍ତ ହୋଇନାହିଁ। ମହାକାଶରୁ ଏହି ଦୁଇ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନ ନେଇ ସାରା ବିଶ୍ବ ଉତ୍ସୁକତାର ସହ ଚାହିଁ ରହିଛନ୍ତି। ଏହାରି ଭିତରେ ନାସା ପକ୍ଷରୁ ଯେଉଁ ସୂଚନା ଦିଆଯାଇଛି ତାହା ଅନେକଙ୍କ ମନରେ ଉଦବେଗ ସୃଷ୍ଟି କରିଛି।

ସୁନିତା ଏବଂ ୱିଲମୋର୍‌ ପୃଥିବୀ ପୃଷ୍ଠକୁ ଫେରିବା ଲାଗି ଆହୁରି ୬ ମାସ ଅପେକ୍ଷା କରିବାକୁ ହେବ। ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମ୍ସ। ଫେବ୍ରୁଆରୀ ୨୫ରେ ମହାକାଶରୁ ଫେରିବେ ସୁନୀତା ଓ ବୁଚ୍ ବ୍ଲିମୋର। ୨ ମହାକାଶଚାରୀଙ୍କ ଫେରିବା ନେଇ ନାସା ଏଭଳି ସୂଚନା ଦେଇଛି। ମହାକାଶରୁ ବର୍ତ୍ତମାନ ଉଭୟଙ୍କୁ ଫେରାଇ ଆଣିବା ଅଧିକ ବିପଦ କହିଲା ନାସା।

ଗତ ଜୁନ ୫ ତାରିଖରେ ଏହି ଦୁଇ ମହାକାଶଚାରୀ ଆମେରିକାର ଫ୍ଲୋରିଡା ଉତ୍‌କ୍ଷେପଣ କେନ୍ଦ୍ରରୁ ବୋଇଙ୍ଗ ଷ୍ଟାରଲାଇନ ମହାକାଶଯାନ ଯୋଗେ ମହାକାଶକୁ ଉଡ଼ାଣ ଭରିଥିଲେ। ସପ୍ତାହେ ପାଇଁ ଯାଇଥିବା ଉଭୟ ମହାକାଶରେ ଆହୁରି ୮ ମାସ ରହିବେ। କିନ୍ତୁ ଷ୍ଟାରଲାଇନ ମହାକାଶ ଯାନରେ ବୈଷୟିକ ତ୍ରୁଟି ଯୋଗୁ ସେମାନେ ପ୍ରାୟ ୮୦ ଦିନ ହେଲା ଫସି ରହିଛନ୍ତି। ବିନା କ୍ରୁରେ ଅନ୍ତରୀକ୍ଷ ବିମାନ ‘ଷ୍ଟାରଲାଇନର’ ମହାକାଶରୁ ଫେରିବ। ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଭୟ ଫସି ରହିଛନ୍ତି।

ତେବେ ଏହି ମହାକାଶଯାନରେ ଆଉ ମାତ୍ର ୯୬ ଘଣ୍ଟା ପର୍ଯ୍ୟନ୍ତ ଅମ୍ଳଜାନ ରହିଥିବା ଆମେରିକା ସ୍ପେଶ୍‌ ସିଷ୍ଟମ ପକ୍ଷରୁ କୁହାଯିବା ପରେ ଉଭୟ ମହାକାଶଚାରୀଙ୍କ ଜୀବନ ଧାରଣକୁ ନେଇ ପ୍ରଶ୍ନ ଉଠିଛି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ତୁରନ୍ତ ଫେରାଇ ଆଣିବା ଲାଗି ନାସା ଉଦ୍ୟମ ଆରମ୍ଭ ହୋଇଥିବା କୁହାଯାଇଥିବା ବେଳେ ସେମାନଙ୍କୁ ଆଗାମୀ ଫେବୃଆରୀରେ ସ୍ପେଶ ଏକ୍ସରେ ଅଣାଯିବ ବୋଲି ନାସା କହିଛି।

Comments are closed.