Latest Odisha News

BREAKING NEWS

କରୋନା ଦେଇଛି ଦାରୁଣ ଦୁଃଖ: ଗୋଟିଏ ଗାଁରୁ ୨୨ ମୃତ

ଲକ୍ଷ୍ନୌ: ଆଉ କେତେ ଦୁଃଖ ଦେବ କରୋନା । ଏପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ଜୀବନ ପାଇଁ ଏବେ ଧାଁ ଦୌଡ଼ ଚାଲିଛି । କେଉଁଠି ଆଗପଛ ହୋଇ ବାପା-ମାଆ ଓ ପିଲା ଛୁଆ ଆରପାରିକୁ ଗଲେଣି ତ ଆଉ କେଉଁଠି ଗୋଟିଏ ଗୋଟିଏ ଗାଁରେ କରୋନା ମୃତ୍ୟୁର ତାଣ୍ଡବ ରଚୁଛି । ଉତ୍ତରପ୍ରଦେଶରୁ ଏଭଳି ଏକ ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଗୋଟିଏ ଗାଁରେ କରୋନା ନେଲାଣି ୨୨ ଜୀବନ ।

ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର ଏକ ଛୋଟିଆ ଗାଁ ନିନ୍ଦୁରା । ଏଠାରେ ପ୍ରାଣଘାତୀ କରୋନା ୨୨ ଜୀବନ ନେଇ ଗଲାଣି । କାହାର ରିପୋର୍ଟ ପଜିଟିଭ୍ ଆସିବା ଆଗରୁ ସେ ପ୍ରାଣ ନେଇ ଯାଉଛି ମହାମାରୀ । କେହି କେହି ଲକ୍ଷଣ ଦେଖାଇବାର କିଛି ଦିନ ଭିତରେ ଆଖି ବୁଜୁଛନ୍ତି ।

ଗାଁ ଲୋକ କହିଛନ୍ତି ପୂର୍ବରୁ ସବୁକିଛି ଠିକଠାକ୍ ଥିଲା । ମହାରାଷ୍ଟ୍ରରେ ଲକଡାଉନ୍ ପରେ ପ୍ରବାସୀ ଶ୍ରମିକ ଗାଁକୁ ଫେରିଲେ । ସେହିପରି ପଞ୍ଚାୟତ ଭୋଟ୍ ପାଇଁ ବାହାର ରାଜ୍ୟରେ କାମ କରୁଥିବା ଲୋକ ଫେରିବା ପରେ ସଂକ୍ରମଣ ବଢ଼ିଲା । ଜଣଙ୍କ ପାଖରୁ ଆଉ ଜଣେ ଏମିତି ଗାଁର ଅଧିକାଂଶ ଲୋକ କରୋନା କବଳରେ ଆସିଗଲେ ।

ଦିନ କେଇଟା ଭିତରେ ୨୨ ଜଣଙ୍କର ମୃତ୍ୟୁ ହୋଇଗଲା । ଅନେକ ସଂକ୍ରମିତ ହୋଇଛନ୍ତି । ଡାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା କରିବା ବେଳକୁ ଅନେକ ବିଳମ୍ବ ହୋଇ ସାରିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ ।

Leave A Reply

Your email address will not be published.