Latest Odisha News

BREAKING NEWS

ଆଖିବୁଜା ଗୁଳିମାଡ, ୪୦ ମୃତ

ନୂଆଦିଲ୍ଲୀ: ନାଇଜେରିଆର ଉତ୍ତର-ମଧ୍ୟ ଅଞ୍ଚଳର ଏକ ଦୁର୍ଗମ ଗାଁରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁରେ ଥିବା ଅନେକ ଘର ଜାଳିଦେଇଛନ୍ତି ଦୁର୍ବୃତ୍ତ । ସେପଟେ ନାଇଜେରିଆ ପୋଲିସ ଗୁଳିରେ ୭ଜଣ ବନ୍ଧୁକଧାରୀ ନିହତ ହୋଇଥିବା ବେଳେ ବାକି ସମସ୍ତ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତେବେ ଗୁଳିମାଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପଶୁପାଳକ ଏବଂ କୃଷକଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ଏହା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଉତ୍ତର-ମଧ୍ୟ ଅଞ୍ଚଳର ଏକ ଦୁର୍ଗମ ଗାଁରେ କିଛି ବ୍ୟକ୍ତି ପଶି ଆଖିବୁଜା ଗୁଳିମାଡ କରିଥିଲେ । ଗୁଳିର ଶବ୍ଦ ଶୁଣି ଭୟରେ ଲୋକେ ଚାରିଆଡେ ଦୌଡିବା ଆରମ୍ଭ କରିବାକୁ ଲାଗିଥିଲେ । ଗୁଳିମାଡ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଘଟଣାକୁ ନିଜ ଆୟତ୍ତକୁ ଆଣିବା ପାଇଁ ପୋଲିସ ମଧ୍ୟ ଗୁଳିଚାଳନା କରିଥିଲା । ତେବେ ଦୁର୍ବୃତ୍ତଙ୍କ ଗୁଳିମାଡରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ସେପଟେ ପୋଲିସର ଗୁଳିମାଡରେ ୭ଜଣ ଦୁର୍ବୃତ୍ତଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.