Latest Odisha News

BREAKING NEWS

ସିରିଆରେ କାର୍‌ ବୋମା ବିସ୍ଫୋରଣ: ୮ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଦାମସକସ୍‌: ଉତ୍ତର ସିରିଆର ଆଲେପ୍ପୋ ପ୍ରଦେଶର ଆଜାଜର ଏକ ବଜାରରେ ଆଜି ସକାଳେ ଏକ ଭଙ୍କର ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । କାର୍‌ ବୋମା ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଗକୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି ।

ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ସିରିଆରେ ନେଟୱାର୍କ ଥିବା ବ୍ରିଟେନ ସ୍ଥିତ ଅବଜରଭେଟୋରୀ ଏ ସମ୍ପର୍କରେ ସୂଚନା ଦେଇଛି ।

ସୂଚନାଯୋଗ୍ୟ, ତୁର୍କୀ ସମର୍ଥକ ବାହିନୀ ଦ୍ୱାରା ଦଖଲ ଉତ୍ତର ସିରିଆର ଆଜି ସକାଳୁ ଘଟିଛି ଏଭଳି କିଛି ଅଘଟଣ ।

Leave A Reply

Your email address will not be published.