Latest Odisha News

BREAKING NEWS

ୟୁକ୍ରେନରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି ରୁଷ୍, ୮୪୭ ମୃତ

୨୫ ଦିନରେ ପହଞ୍ଚିଲାଣି ରୁଷ-ୟୁକ୍ରେନ୍ ଲଢ଼େଇ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୫ ଦିନରେ ପହଞ୍ଚିଛି ୟୁକ୍ରେନ-ରୁଷ୍ ଯୁଦ୍ଧ । ଘମାଘୋଟ ଲଢ଼େଇ ଚାଲିଛି । ଘନ ଘନ ହମଲା କରୁଛି ପୁଟିନ୍ ସେନା । ପାଲଟା ଆକ୍ରମଣ ବି କରୁଛି ୟୁକ୍ରେନ୍ । ଯୁଦ୍ଧ ଯେତିକି ଲମ୍ବୁଛି, ସେତିକି ଉଗ୍ର ହେଉଛି ପୁଟିନ୍ ସେନା । କୌଣସି ବାଛବିଚାର ନକରି ସାଧାରଣ ଲୋକଙ୍କ ଜୀବନ ନେଉଛି । ଜାତିସଂଘ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୟୁକ୍ରେନରେ ୨ହଜାର ୨୪୬ ଜଣ ମୃତାଦହ ହେଲେଣି ।

୨୫ ଦିନ ଯୁଦ୍ଧରେ ୟୁକ୍ରେନର ୮୪୭ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ୬୪ ଛୋଟ ପିଲା । ସେହିପରି ଆହତ ହୋଇଛନ୍ତି ୧୩୯୯ ଜଣ । ବେସରକାରୀ ଭାବରେ ମୃତାହତଙ୍କ ସଂଖ୍ୟା ବହୁତ ଅଧିକ ହେବ । ୟୁକ୍ରେନ୍ ଉପରେ ଏଯାଏ ୧୦୮୦ରୁ ଅଧିକ ମିସାଇଲ୍ ମାଡ଼ କଲାଣି ରୁଷ୍ ।

ଆପାର୍ଟମେଣ୍ଟ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମିସାଇଲ୍ ମାଡ଼ କରୁଛି । ସାମରିକ ଘାଟି ଓ ବିମାନବନ୍ଦରକୁ ବି ଛାରଖାର କରି ଦେଲାଣି ରୁଷିଆ । ପୁଟିନ୍ ସେନା ଉପରେ ବି ପ୍ରତିଆକ୍ରମଣକୁ ଜୋରଦାର କରୁଛି ୟୁକ୍ରେନ୍ । ପାଖାପାଖି ୧୫ହଜାର ରୁଷ୍ ସେନାକୁ ମାରି ସାରିଥିବା ଦାବି କରିଛି ।

Comments are closed.