ନୂଆଦିଲ୍ଲୀ: କେନିଆରେ ହୋଇଥିବା ବିମାନ ଦୁର୍ଘଟଣାକୁ ସପ୍ତାହେ ନପୁରୁଣୁ ଆଉ ଏକ ବିମାନ ଦୁର୍ଘଟଣା ସାମ୍ନାକୁ ଆସିଛି। ଖବର ମୁତାବକ, ଆମେରିକାର କଣ୍ଟୁକିରେ ଏକ କାର୍ଗୋ (ପଣ୍ୟବାହି) ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ଆମେରିକାର ସଂଘିୟ ବିମାନ ପ୍ରଶାସନ (FAA)ର ସୂଚନା ମୁତାବକ, ଉକ୍ତ କାର୍ଗୋ ବିମାନଟି ମଙ୍ଗଳବାର ସଂଧ୍ୟାରେ ଲୁଇସବେଲରେ ଥିବା ମହମ୍ମଦ ଅଲ୍ଲୀ ଇଣ୍ଟରନେସନାଲ ଏୟାରପୋର୍ଟରୁ ଉଡାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ଉକ୍ତ ଦୁର୍ଘଟଣାଗ୍ରସ୍ତ ବିମାନଟି ମେକଡୋନାଲ ଡଗଲସ ଏମଡି-11 ମଡେଲର ଜହାଜ ବୋଲି ଜଣାପଡିଛି। ଏହି ଜାହାଜଟି ଲୁଇସବେଲରୁ ହେନୁଲୁଲୁ ଯାଉଥିବା ଜଣାପଡିଛି।
ସୁରକ୍ଷା ପାଇଁ ଦୁର୍ଘଟଣାସ୍ଥଳରେ ଏଫଏଏ ଓ ନେଶନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି ବୋର୍ଡକୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କଣ୍ଟୁକିର ଗଭର୍ଣ୍ଣର ଏଡି ବଶେର କହିଛନ୍ତି ଯେ, ଏହି ଘଟଣାରେ ମୋଟ 7 ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ତିନି ଜଣ କ୍ରୁ ସଦସ୍ୟଙ୍କ ସହ ଅନ୍ୟ ଚାରି ଜଣ ଲୋକ ସାମିଲ ରହିଛନ୍ତି। ତେବେ ଏହି ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ଏକ ପେଟ୍ରୋଲିୟମ ରିଫାଇନାରି କଂପାନୀ ରହିଥିବା ଜଣାପଡିଛି। ତେବେ ପ୍ରଶାସନ ଲୋକମାନଙ୍କୁ ଦୁର୍ଘଟଣାସ୍ଥଳଠୁ ସୁରକ୍ଷା ଦୂରତାରେ ରହିବାକୁ ଅପିଲ କରିଛି।
ଦୁର୍ଘଟଣା ପରେ ଲୁଇସାବେଲ ଆନ୍ତର୍ଜାତୀୟ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରିଦିଆଯିବା ସହ ସମସ୍ତ ଉଡାଣକୁ ବାତିଲ କରିଦିଆ ଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ବିମାନ ୟୁପିଏସ(ୟୁନାଇଟେଡ ପାର୍ସଲ ସର୍ଭିସ୍) ଦ୍ୱାରା ପରିଚାଳିତ କରାଯାଉଥିଲା।
ଏହି ବିମାନଟିକୁ ଆମେରିକୀୟ ବିମାନ ନିର୍ମାତା ମ୍ୟାକଡନାଲ ଡଗଲସ ନିର୍ମାଣ କରିଥିଲା। ତେବେ ପରେ ବିମାନ ନିର୍ମାଣ କମ୍ପାନୀ ବୋଇଂ ଏହି ବିମାନ କମ୍ପାନୀକୁ କିଣିନେଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଏହି ବିମାନ 34 ବର୍ଷ ପୁରୁଣା ବିମାନ ବୋଲି ଜଣାପଡିଛି। ଏହି ବିମାନଟିକୁ 2006 ମସିହାରେ ୟୁପିଏସ୍ ନିଜ ବ୍ୟବହାର ପାଇଁ କ୍ରୟ କରିଥିଲା। ତେବେ ଦୁର୍ଘଟଣା ସମ୍ପର୍କରେ ଅଧିକ ଜାଣିବା ପାଇଁ ଆମେରିକା ପକ୍ଷରୁ ତଦନ୍ତ ଜାରି ରହିଛି।
BREAKING NEWS
- ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ୍ ଦଳ ଘୋଷଣା: ବାଦ୍ ପଡ଼ିଲେ ଅଭିଜ୍ଞ ପେସର୍ ମହମ୍ମଦ ସାମି
- ସରପଞ୍ଚ,ନାଏବ ସରପଞ୍ଚଙ୍କୁ ମିଳିବ ୬ ମାସର ସମ୍ମାନ ରାଶି; ଜାଣନ୍ତୁ କେତେ…
- ଟିପିଏସ୍ଓଡିଏଲ୍ ତରଫରୁ ଏହି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ;ସୌର ଶକ୍ତି ବାବଦରେ ସଚେତନ କରିବ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତର ଦିନିକିଆ ଏବଂ ଟେଷ୍ଟ୍ ଦଳ ଘୋଷଣା
- ଭିନୁ ମଙ୍କଡ ଟ୍ରଫି: ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଖେଳିଲେ ବିସ୍ଫୋରକ ଶତକୀୟ ଇନିଂସ
- Durga Puja Security:ଦଶହରାରେ କଟକ ଜଗିବେ ୬୦ପ୍ଲାଟୁନ ପୋଲିସ;ଲାଗିବ ୧୩୦୦ ସିସିଟିଭି,ମଣ୍ଡପରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ
- ବ୍ୟକ୍ତିଗତ ଜୀବନକୁ ନେଇ ବଡ ଖୁଲାସା କଲେ ଚହଲ
- Pitabas Panda Murder Case:ସାକ୍ଷୀଙ୍କୁ ଧମକ ଅଭିଯୋଗରେ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା, ୨୮ରେ ପୁଣି…
- କପିଲ ଦେବଙ୍କ Gen Z ପ୍ରଦର୍ଶନକାରୀଙ୍କ ପାଇଁ ପରାମର୍ଶ: ‘ସେମାନେ ଶିଖିବା ଏବଂ ଶୁଣିବା ଦରକାର, ସେମାନେ ସର୍ବଦା ଠିକ୍ ନୁହଁନ୍ତି’
- Simlipal National Park:ଏହିଦିନ ଖୋଲିବ ଶିମିଳିପାଳ;ଦୈନିକ ୬୦ଗାଡ଼ିକୁ ଅନୁମତି

Comments are closed.