Latest Odisha News

ଅତନୁ ପ୍ରି-କ୍ୱାର୍ଟରରୁ ବିଦା, ତୀରନ୍ଦାଜରେ ଭାରତର ଅଭିଯାନ ଶେଷ

ଟୋକିଓ: ତୀରନ୍ଦାଜରେ ଶେଷ ହୋଇଛି ଭାରତର ଅଭିଯାନ । ପଦକ ଆଶା ଧୂଳିସାତ ହୋଇଛି । ଆଜି ପୁରୁଷ ସିଙ୍ଗଲ୍ସ ପ୍ରି-କ୍ୱାର୍ଟର ମ୍ୟାଚ୍ ପରାସ୍ତ ହୋଇଛନ୍ତି ଅତନୁ ଦାସ । ସେ ଜାପାନର ତାକାହାରୁ ଫୁରକାଓ୍ୱାଙ୍କଠାରୁ ପରାସ୍ତ ହୋଇଛନ୍ତି । ୪-୬ରେ ପରାଜିତ ହୋଇଛନ୍ତି ଅତନୁ ଦାସ । ଅତନୁ ପୂର୍ବ ମ୍ୟାଚରେ ଲଣ୍ଡନ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତାଙ୍କୁ ହରାଇଥିବା ବେଳେ ରୌପ୍ୟ ବିଜେତାଙ୍କ ପାଖରୁ ଆଜି ହାରି ଯାଇଛନ୍ତି ।

ଏଥିସହ ଅଲିମ୍ପିକ୍ସରେ ଶେଷ ହୋଇଛି ଭାରତୀୟ ତୀରନ୍ଦାଜ ଟିମର ଅଭିଯାନ । ଗତକାଲି ମହିଳା ସିଙ୍ଗଲ୍ସରେ ହାରି ଯାଇଥିଲେ ଓ୍ୱାର୍ଲଡ ଚାମ୍ପିଅନ୍ ଦୀପିକା କୁମାରୀ । ପୂର୍ବରୁ ମିକ୍ସଡ ଡବଲ୍ସ ଓ ପୁରୁଷ ଡବଲ୍ସରେ ଭାରତର ଅଭିଯାନ ଶେଷ ହୋଇଥିଲା ।

Leave A Reply

Your email address will not be published.