Latest Odisha News

BREAKING NEWS

ବକ୍ସିଂରେ ନିରାଶ କଲେ ଓ୍ୱାର୍ଲଡ ଚାମ୍ପିଅନ୍ ଅମିତ ପଙ୍ଘଲ

ଟୋକିଓ: ଅଲିମ୍ପିକ୍ସରେ ଆଜି ଆରମ୍ଭରୁ ନିରାଶା ଖବର ଦେଇଛନ୍ତି ଭାରତୀୟ କ୍ରୀଡାବିତ୍ । ପୁରୁଷ ୫୨ କିଲୋ ବକ୍ସିରେ ଭାରତର ପଦକ ଆଶା ଆଶାରେ ରହିଗଲା । ବିଶ୍ୱ ଚାମ୍ପିଅନ୍ ଭାରତୀୟ ବକ୍ସର ଅମିତ ପଙ୍ଘଲ ପ୍ରି-କ୍ୱାର୍ଟର ଫାଇନାଲ୍ ହାରି ଯାଇଛନ୍ତି । କଲୋମ୍ବିଆ ପ୍ରତିଯୋଗୀ ୟୁବେର୍ଜେନ ମାର୍ଟିନେଜଙ୍କଠାରୁ ୧-୪ରେ ହାରିଛନ୍ତି ।

ଅମିତ ପଙ୍ଘଲ ପ୍ରଥମ ରାଉଣ୍ଡ ମ୍ୟାଚ୍ ଜିତିଥିଲେ । ତାପରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ୟୁବେର୍ଜେନ ମାର୍ଟିନେଜ୍ । ସେ ଅମିତଙ୍କୁ ସେଟ୍ ହେବାକୁ କୌଣସି ମୌକା ଦେଇ ନଥିଲେ । ପଞ୍ଚ ପରେ ପଞ୍ଚ ମାରି ଚାଲିଥିଲେ । ଦ୍ୱିତୀୟ ଓ ତୃତୀୟ ରାଉଣ୍ଡରେ ଚିତ୍ ମାରିଥିଲେ ଅମିତ ପଙ୍ଘଲ ।

ପ୍ରଥମ ରାଉଣ୍ଡକୁ ଅମିତ ୪-୧ରେ ଜିତିଥିଲେ । ଦ୍ୱିତୀୟ ରାଉଣ୍ଡରେ ୧-୪ ଓ ତୃତୀୟ ରାଉଣ୍ଡରେ ୦-୫ରେ ପରାଜୟର ସାମନା କରିଥିଲେ । ଓ୍ୱାର୍ଲଡ ଚାମ୍ପିଅନ୍ ଅମିତ ପଙ୍ଘଲଙ୍କର ଏହା ଥିଲା ଅଲିମ୍ପିକ୍ସରେ ପଦାର୍ପଣ । ୨୦୧୯ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏଥିସହ ଅଲିମ୍ପିକ୍ସର ସିଧାସଳଖ ରାଉଣ୍ଡ ୧୬କୁ ଯାଇଥିଲେ ଅମିତ । ସେ ଭାରତର ପଦକ ଦାବିଦାର ଥିଲେ ।

Leave A Reply

Your email address will not be published.