Latest Odisha News

BREAKING NEWS

ଆଥେୟାଙ୍କ ଲେହେଙ୍ଗାକୁ ନେଇ ଚର୍ଚ୍ଚା, ତିଆରି ହେବାକୁ ଲାଗିଥିଲା ୧୦,୦୦୦ ଘଣ୍ଟା

ମୁମ୍ବାଇ: ଗତ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି   ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଓ କ୍ରିକେଟର୍‌ କେ.ଏଲ୍ ରାହୁଲ । ସୁନୀଲଙ୍କ ଖଣ୍ଡାଲାସ୍ଥିତ ଫାର୍ମହାଉସ୍‌ରେ କ୍ରିକେଟର୍‌ କେ.ଏଲ୍ ରାହୁଲଙ୍କ ସହ ଆଥିଆଙ୍କର  ବିବାହ ସମ୍ପନ୍ନ ହୋଇଥିଲା। ବିବାହରେ ବଲିଉଡର ବହୁ ନାମିଦାମୀ କଳାକାର ଓ ଅନେକ କ୍ରିକେଟ ତାରକା ଯୋଗଦେଇଥିଲେ।

ବିବାହର କେନ୍ଦ୍ରବିନ୍ଦୁ ସାଜିଥିଲା ଆଥିଆଙ୍କ ଲେହେଙ୍ଗା। ସେ ପିନ୍ଧିଥିବା  ଲେହେଙ୍ଗା ଡିଜାଇନର୍ ଅନାମିକା ଖାନ୍ନା ସ୍ୱତନ୍ତ୍ର ଭାବେ ଡିଜାଇନ୍ କରିଥିଲେ। ପାରମ୍ପାରିକ ଲାଲ୍ ଲେହେଙ୍ଗା ପରିବର୍ତ୍ତେ ଆଥିଆ ପେଷ୍ଟେଲ୍ ରଙ୍ଗର ଚିକାନକରୀ ଲେହେଙ୍ଗା ବାଛିଥିଲେ । ଲେହେଙ୍ଗାଟି  ସଂପୂର୍ଣ୍ଣ ହାତରେ ତିଆରି ହୋଇଥିଲା ।  ରେଶମରେ ତିଆରି ଏହି ଲେହେଙ୍ଗାରେ ନିଖୁଣ କାରୁକାର୍ଯ୍ୟ ଦେଖିବାକୁ ମିଳିଥିଲା । ଏହି ଲେହେଙ୍ଗା ପ୍ରସ୍ତୁତ କରିବାକୁ ଅନାମିକାଙ୍କୁ  ପ୍ରାୟ ୧୦,୦୦୦ଘଣ୍ଟା ବା ୪୧୬ ଦିନ ସମୟ ଲାଗିଥିଲା । ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଡିଜାଇନର୍ ଅନାମିକା ଖାନ୍ନା  ନିଜେ ଏହା ପ୍ରକାଶ କରିଛନ୍ତି।

ଉଭୟ ଆଥିଆ ଏବଂ ରାହୁଲଙ୍କ ବ୍ୟସ୍ତବହୁଳ କାର୍ଯ୍ୟ ଯୋଗୁଁ  ଆଇପିଏଲ୍ ୨୦୨୩ ପରେ ରିସେପ୍ସନ୍ ହେବ।  ବିବାହ ପରେ ରାହୁଲ ଫେବୃଆରୀ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବେ ଏବଂ ଏହା ପରେ ତାଙ୍କୁ ଆଇପିଏଲ୍ ୨୦୨୩ ମଧ୍ୟ ଖେଳିବାକୁ ପଡିବ | ତେବେ ମ୍ୟାଚ୍ ପରେ କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟିଙ୍କ ପାଇଁ ଏକ ଗ୍ରାଣ୍ଡ୍ ଷ୍ଟାର୍ ଷ୍ଟଡେଡ୍ ରିସେପ୍ସନ୍ ପାର୍ଟି ଆୟୋଜିତ ହେବ, ଯେଉଁଥିରେ ପ୍ରାୟ ୩୦୦୦ରୁ ଅଧିକ ଅତିଥି ଯୋଗଦେବେ।

Leave A Reply

Your email address will not be published.