ନୂଆଦିଲ୍ଲୀ : ମହଙ୍ଗା ହେବ ଏଟିଏମ ବ୍ୟବହାର । ଏବେ ପ୍ରତି କାରବାର ପିଛା କଟିବ ୨୦ ଟଙ୍କା । ଏଟିଏମ ବାବଦରେ ଏହି ନିଷ୍ପତ୍ତି ନେବା ଲାଗି ସମସ୍ତ ବ୍ୟାଙ୍କଙ୍କୁ ଅନୁମତି ଦେଇଛି ରିଜର୍ଭ ବ୍ୟାଙ୍କ । ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ । ଯଦି ଗ୍ରାହକମାନେ ସେମାନଙ୍କ ନିଜ ବ୍ୟାଙ୍କର ଏଟିଏମ ବ୍ୟବହାର କରୁଛନ୍ତି, ତେବେ ମାସକରେ ସେମାନଙ୍କୁ ୫ଟି ମାଗଣା ଟ୍ରାଞ୍ଜାକସନ ଉପବଲ୍ଧ ହେବ । ୫ଟି ମାଗଣା ଟଙ୍କା ଉଠାଣ ପରେ ପ୍ରତି ଟ୍ରାଞ୍ଜାକସନ ଲାଗି ୨୧ ଟଙ୍କା ଲେଖାଁଏ କଟିବ ।
ଯଦି ଗ୍ରାହକମାନେ ଅନ୍ୟ ବ୍ୟାଙ୍କରୁ ଟଙ୍କା ଉଠାଉଛନ୍ତି, ତେବେ ତାଙ୍କ ଲାଗି ୩ଟି ମାଗଣା ଟ୍ରାଞ୍ଜାକସନ ଉପବଲ୍ଧ ହେବ । ତେବେ ମେଟ୍ରୋ ସିଟି ଲାଗି ୨୦ ଟଙ୍କା ଓ ଅଣମେଟ୍ରୋ ଲାଗି ୫ ଟଙ୍କା ଧାର୍ଯ୍ୟ କରାଯାଇଛି । ପ୍ରାୟ ୭ ବର୍ଷ ପରେ ଏଟିଏମ ଜରିଆରେ ଟଙ୍କା ଉଠାଣ ନେଇ ଏହି ନିୟମ ପୁନଃଲାଗୁ ହୋଇଛି । ଏଟିଏମ ପ୍ରତିଷ୍ଠା, ରକ୍ଷଣାବେକ୍ଷଣ ଆଦି ଯୋଗୁ ଖର୍ଚ୍ଚ ବଢୁଥିବାରୁ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି । ସେହିପରି ଆନ୍ତଃବିନିମୟ ପରିମାଣ ୧୫ ଟଙ୍କାରୁ ୧୭ ଟଙ୍କାକୁ ବୃଦ୍ଧି କରାଯାଇଛି । ଅଣଆର୍ଥିକ କାରବାର କ୍ଷେତ୍ରରେ ଏହି ପରିମାଣ ୫ ଟଙ୍କାରୁ ୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ନିୟମ ଆସନ୍ତା ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ।
Comments are closed.