Latest Odisha News

BREAKING NEWS

ଏସବିଆଇ ଏଟିଏମରୁ ଲୁଟ୍; କଟରରେ କାଟି ଲୁଟି ନେଲେ…

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରୁ ଏକ ଏଟିଏମ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ସୂଚନା ଅନୁଯାୟୀ, ଭୋର ପ୍ରାୟ ୩ଟା ସମୟରେ ସ୍ଥାନୀୟ ହାଟ ଛକରେ ଥିବା ଏକ ଏସବିଆଇ ଏଟିଏମରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟିବାକୁ ଚେଷ୍ଟା କରିଥିଲେ। ଅପରାଧୀମାନେ ଏକ ଗାଡ଼ିରେ ଆସି ଲୁଟ୍ କାର୍ଯ୍ୟ ଆରମ୍ଭ କରିଥିଲେ। ଗ୍ୟାସ କଟର ସାହାଯ୍ୟରେ ଏଟିଏମ କାଟି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା।

ତେବେ ଖବର ପାଇ ବେତନଟୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି। ଯଦିଓ ଏଟିଏମ୍ ରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

ଅପରପକ୍ଷରେ ଲୁଟ ସମୟର ଚିତ୍ର କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି।

 

Leave A Reply

Your email address will not be published.