Latest Odisha News

BREAKING NEWS

କାଲିଠୁ ଡ୍ରାଇଭର ଏକତା ମହାମଞ୍ଚର ଧର୍ମଘଟ, ପ୍ରଶାସନକୁ ପରୀକ୍ଷାର୍ଥୀଙ୍କ ପରିବହନ ଚିନ୍ତା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଡ୍ରାଇଭର ଏକତା ମହାମଞ୍ଚ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି । ଯୁକ୍ତ ୨ ଓ ଦଶମ ପରୀକ୍ଷା ସମୟରେ ଡ୍ରାଇଭର ଏକତା ମହାମଞ୍ଚର ଏଭଳି ଧର୍ମଘଟ ଡାକରାକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଧର୍ମଘଟ ପାଇଁ ପରୀକ୍ଷାର୍ଥୀ ଯେଭଳି ଅସୁବିଧାର ସମ୍ମୁଖୀନ ନହେବେ ସେନେଇ ଆଲୋଚନା ହୋଇଛି ।

ଆଜି ମୁଖ୍ୟ ଶାସନ ସଚିବ ଏନେଇ ଗୃହ ସଚିବ, ପରିବହନ ବିଭାଗ, ସମସ୍ତ ଜିଲ୍ଲାପାଳ, ଏସପି, ଆରଟିଓଙ୍କ ସହ ଆଲୋଚନା କରିଛନ୍ତି । ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କ ପରିବହନ ଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ତେବେ ଆସନ୍ତକାଲି ଠାରୁ ଡ୍ରାଇଭର ଏକତା ମହାମଞ୍ଚର ଧର୍ମଘଟ ଆରମ୍ଭ ହେଉଥିବା ବେଳେ କିଛି ସଂଘ ସାମିଲ୍ ହେବେ ନାହିଁ ବୋଲି କହିଛନ୍ତି । ସେମାନେ ଧର୍ମଘଟ ସମୟରେ ସେବା ଯୋଗାଇ ଦେବାକୁ ଇଚ୍ଛୁକ ଅଛନ୍ତି । ସେମାନଙ୍କୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଆବଶ୍ୟକ ସହାୟତା କରିବ । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ପରିବହନ ମନ୍ତ୍ରୀ କହିଛନ୍ତି, ମଞ୍ଚର ଦାବି ଆଲୋଚନା ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ । ସେମାନେ ଧର୍ମଘଟରୁ ଓହରି ଯାଆନ୍ତୁ । ଧର୍ମଘଟ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, କୌଣସି ବିଶୃଙ୍ଖଳା ସୃଷ୍ଟି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । କେହି ଅସୁବିଧାରେ ପଡ଼ିଲେ ୧୧୨କୁ କଲ୍ କରନ୍ତୁ ।

Leave A Reply

Your email address will not be published.